ବ୍ରାହ୍ମଣୀ ସେତୁ ବିବାଦ: ନବୀନଙ୍କୁ ଏମିତି କିଛି ଜବାବ ଦେଲେ ଗଡ଼କରି

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର କଡ଼ା ଉତ୍ତର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି।  ଚିଠିରେ ଗଡ଼କରି ଲେଖିଛନ୍ତି, ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି ମିଳି ନ ଥିବାରୁ ପ୍ରକଳ୍ପ ଡେରି ହେଉଛି। ଏହା ସହିତ ଜମି ଅଧିଗ୍ରହଣ ମଧ୍ୟ ବିଳମ୍ବର ଅନ୍ୟତମ କାରଣ। କ୍ଲିୟରାନ୍ସ ମିଳିବାର ୭ ଦିନ ଭିତରେ କାମ ଆରମ୍ଭ ହେବ।

ଏନଏଚଏଆଇ ପାଇଁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣରେ ଡେରି ହେଉଥିବା କହି ନବୀନ ଲେଖିଥିବା ଚିଠି ଓ ଏ ସଂପର୍କିତ ଗଣମାଧ୍ୟମର ରିପୋର୍ଟ ତାଙ୍କୁ ବିସ୍ମିତ କରିଛି ବୋଲି କହିଛନ୍ତି ଗଡ଼କରି।  ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଜଙ୍ଗଲ ବିଭାଗ ଅନୁମତି ସହିତ ଜମି ଅଧିଗ୍ରହଣ ସଂପୂର୍ଣ୍ଣ କରିବାକୁ ଗଡ଼କରି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

Ordigital Desk
• Published: Wednesday, 06 December 2017
• Updated: 06 December 2017, 10:03 AM IST

ଭୁବନେଶ୍ୱର: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର କଡ଼ା ଉତ୍ତର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି।  ଚିଠିରେ ଗଡ଼କରି ଲେଖିଛନ୍ତି, ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି ମିଳି ନ ଥିବାରୁ ପ୍ରକଳ୍ପ ଡେରି ହେଉଛି। ଏହା ସହିତ ଜମି ଅଧିଗ୍ରହଣ ମଧ୍ୟ ବିଳମ୍ବର ଅନ୍ୟତମ କାରଣ। କ୍ଲିୟରାନ୍ସ ମିଳିବାର ୭ ଦିନ ଭିତରେ କାମ ଆରମ୍ଭ ହେବ।

ଏନଏଚଏଆଇ ପାଇଁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣରେ ଡେରି ହେଉଥିବା କହି ନବୀନ ଲେଖିଥିବା ଚିଠି ଓ ଏ ସଂପର୍କିତ ଗଣମାଧ୍ୟମର ରିପୋର୍ଟ ତାଙ୍କୁ ବିସ୍ମିତ କରିଛି ବୋଲି କହିଛନ୍ତି ଗଡ଼କରି।  ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଜଙ୍ଗଲ ବିଭାଗ ଅନୁମତି ସହିତ ଜମି ଅଧିଗ୍ରହଣ ସଂପୂର୍ଣ୍ଣ କରିବାକୁ ଗଡ଼କରି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos