୩ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଉମରକୋଟ ଥାନା ଅଞ୍ଚଳରେ ଜଣେ ମହିଳା ଓ ଦୁଇ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣାରେ ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତଦେହ ଗୁଡ଼ିକରେ ବାହ୍ୟ କ୍ଷତ ନଥିଲା। ଶରୀରର ଆଭ୍ୟନ୍ତରରେ ଥିବା ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅକ୍ଷତ ରହିଥିଲା। ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଘଟଣା ଦିନ ଉମରକୋଟ ମିନା ବଜାରକୁ ଯିବାକୁ ଚାହିଁଥିଲେ ଏହି […]

Umarakot

Umarakot

Niranjan Mishra
  • Published: Friday, 15 April 2022
  • Updated: 15 April 2022, 08:42 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଉମରକୋଟ ଥାନା ଅଞ୍ଚଳରେ ଜଣେ ମହିଳା ଓ ଦୁଇ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣାରେ ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୃତଦେହ ଗୁଡ଼ିକରେ ବାହ୍ୟ କ୍ଷତ ନଥିଲା। ଶରୀରର ଆଭ୍ୟନ୍ତରରେ ଥିବା ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅକ୍ଷତ ରହିଥିଲା। ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଘଟଣା ଦିନ ଉମରକୋଟ ମିନା ବଜାରକୁ ଯିବାକୁ ଚାହିଁଥିଲେ ଏହି ୩ ଯୁବତୀ। ହେଲେ ଘର ଲୋକ ନଛାଡ଼ିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ। ଗାଁ ପାଖ ଡଙ୍ଗରକୁ ଯାଇ କୁସୁମ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ ତିନିହେଁ।

ତୋହରା ଗାଁର ହେମଲତା ଗୌଡ଼ ୪ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ବୈବାହିକ ଜୀବନ ବେଶୀ ଦିନ ତିଷ୍ଠି ପାରିନଥିଲା। ସ୍ୱାମୀଙ୍କୁ ଛାଡ଼ି ବାପ ଘରକୁ ଚାଲି ଆସିଥିଲେ। ସେ ବାପ ଘରେ ରହୁଥିଲେ। ସେହି ସମୟରେ ତାଙ୍କର କୌଶଲ୍ୟା ମାଝି ଓ ଫୁଲମତି ମାଝିଙ୍କ ସହିତ ବନ୍ଧୁତା ସୃଷ୍ଟି ହୋଇଥିଲା। ତିନି ଜଣଙ୍କ ଭିତରେ ବନ୍ଧୁତା ଏତେ ନିବିଡ ଥିଲା ଯେ କେହି କାହାକୁ ଘଡ଼ିଏ ନଦେଖିଲେ ରହିପାରୁନଥିଲେ। ଗତ ୯ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ସେମାନେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ସନ୍ଧ୍ୟା ବେଳେ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପରିବାର ଲୋକ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ। ଏକ ଗଛରେ ତିନି ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ।

ଉମରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ରାତି ହୋଇଥିବାରୁ ମୃତଦେହ ଗଛରେ ଓହ୍ଲାଇ ନଥିଲା। ରାତି ସାରା ପୁଲିସ ଗଛ ମୂଳରେ ଜଗି ରହିଥିଲା। ରାତି ପାହିଲା ପରେ ପୁଲିସ ଗଛରୁ ମୃତଦେହ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ୍‌ ତଦନ୍ତ କରୁଛି। ଉମରକୋଟ ଏସ୍‌ଡିପିଓଙ୍କ ସମେତ ନବରଙ୍ଗପୁର, ଉମରକୋଟ ଓ ଡାବୁଗାଁ ଥାନା ଅଧିକାରୀ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଘଟଣା ଉପରୁ ପର୍ଦ୍ଦା ହଟାଇପାରି ନାହିଁ ପୁଲିସ୍‌। ଅନ୍ୟପକ୍ଷରେ ପରିବାର ଲୋକ ହୁଅନ୍ତୁ ବା ସାହି ପଡ଼ିଶା ଏହି ମାମଲାରେ ବେଶୀ କିଛି କହୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos