୪ ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ସରକାର, ପଢ଼ନ୍ତୁ କିଏ କେଉଁଠିକି ଯାଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ୪ ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। ସମସ୍ତଙ୍କର ରହିଛି କୋଲକାତା ଲିଙ୍କ। ଏବେ ୯୧, ୯୨, ୯୩ ଓ ୯୪ ନମ୍ୱର ‘କରୋନା’ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୯୧ ନଂ ‘କରୋନା’ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ତିହିଡି ମଠସାହିର ୪୧ ବର୍ଷୀୟ ଯୁବକ। ସେ କୋଲକାତାର ବେଲଗଛଲାରୁ ବାଇକରେ ସାଙ୍ଗଙ୍କ ସହ ଆସିଥିଲେ। ଏପ୍ରିଲ ୧୮ ତାରିଖରେ ସେ ଭଦ୍ରକରେ ପହଞ୍ଚିଥିଲେ। ଏପ୍ରିଲ ୧୮ରୁ ୧୯ […]

novel corona

novel corona

Manoranjan Sial
  • Published: Saturday, 25 April 2020
  • Updated: 25 April 2020, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକର ୪ ‘କରୋନା’ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। ସମସ୍ତଙ୍କର ରହିଛି କୋଲକାତା ଲିଙ୍କ। ଏବେ ୯୧, ୯୨, ୯୩ ଓ ୯୪ ନମ୍ୱର ‘କରୋନା’ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

୯୧ ନଂ ‘କରୋନା’ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ତିହିଡି ମଠସାହିର ୪୧ ବର୍ଷୀୟ ଯୁବକ। ସେ କୋଲକାତାର ବେଲଗଛଲାରୁ ବାଇକରେ ସାଙ୍ଗଙ୍କ ସହ ଆସିଥିଲେ। ଏପ୍ରିଲ ୧୮ ତାରିଖରେ ସେ ଭଦ୍ରକରେ ପହଞ୍ଚିଥିଲେ। ଏପ୍ରିଲ ୧୮ରୁ ୧୯ ତାରିଖରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ ୨୦ ତାରିଖରେ ସାଇକେଲରେ ତିହିଡି ପହଞ୍ଚିଥିଲେ। ଏହା ପରେ ଅର୍ଥାତ ଏପ୍ରିଲ ୨୦ ତାରିଖରୁ ତିହିଡିରେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କ ଶରୀରରେ କୌଣସି ‘କରୋନା’ ଲକ୍ଷଣ ନ ଥିବା ସତ୍ତ୍ୱେ ରକ୍ତ ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ତେବେ ୨୪ ତାରିଖରେ ଆସିଥିବା ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ୯୨ ନମ୍ୱର ‘କରୋନା’ ଆକ୍ରାନ୍ତ ତିହିଡି କାନପୁର ପୀରହାଟର ୪୧ ବର୍ଷୀୟ ଯୁବକ। ସେ କୁଆଖିଆରୁ ଅଟୋରେ ଅନ୍ୟ ୧୦ ଜଣଙ୍କ ସହ ଯାଜପୁର ଟାଉନ ଯାଇଥିଲେ। ଯାଜପୁର ଟାଉନରୁ ଚାଲିଚାଲି ଏପ୍ରିଲ ୧୨ରେ ଘରେ ପହଞ୍ଚିଥିଲେ। ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ କାନପୁରରେ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ଶରୀରରେ କୌଣସି ‘କରୋନା’ ଲକ୍ଷଣ ଦେଖାଯାଉନଥିଲା। ତଥାପି ତାଙ୍କୁ ସର୍ଭେଲାନ୍ସରେ ରଖାଯାଇ ସାମ୍ପଲ ସଂଗ୍ରହ କରାଯାଇଥିଲା। ଗତ ୨୪ ତାରିଖରେ ଆସିଥିବା ରିପୋର୍ଟରେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ୨୪ ତାରିଖରେ କଟକ ଅଶ୍ୱିନୀରେ ଭର୍ତ୍ତି କରାଯାଇଛି।

୯୩ ନମ୍ୱର ‘କରୋନା’ ଆକ୍ରାନ୍ତ ଭଦ୍ରକ ଜିଲ୍ଲା ଧାମନଗରର ୨୯ ବର୍ଷୀୟ ଯୁବକ। ସେ କୋଲକାତାର ବହୁବଜାରରୁ ଭଡ଼ା ଗାଡ଼ିରେ ବାପାଙ୍କ ସହ ଆସିଥିଲେ। ତାଙ୍କ ସହ ଆଉ ୬ ପାସେଞ୍ଜର ଆସିଥିଲେ। ମାର୍ଚ୍ଚ ୨୭ ତାରିଖରେ ସେ ଧାମନଗର ପହଞ୍ଚିଥିଲେ। ମାର୍ଚ୍ଚ ୨୮ ତାରିଖରେ ସେ ବାଇକରେ ବାପାଙ୍କ ସହ ଘରକୁ ଆସିଥିଲେ। ୨୮ ମାର୍ଚ୍ଚରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଧାମନଗର ଖଡ଼ିପଡ଼ାରେ ହୋମ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କଠାରେ ଲକ୍ଷଣ ନ ଥିଲା। ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ ସଂଗ୍ରହ କରାଯାଇଥିଲା। ସାମ୍ପଲ ପଜିଟିଭ ପରେ ୨୪ରେ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

୯୪ ନମ୍ୱର ‘କରୋନା’ ଆକ୍ରାନ୍ତ ଧାମନଗର କଲ୍ୟାଣୀର ୨୪ ବର୍ଷୀୟ ଯୁବକ। ୧୬ରୁ ୨୦ ଏପ୍ରିଲ ଯାଏଁ କୋଲକାତା ବାହୁବଜାରରୁ ଚାଲିଚାଲି ଆସିଥିଲେ। କଲ୍ୟାଣୀ ପଞ୍ଚାୟତରେ ୨୧ ପର୍ଯ୍ୟନ୍ତ ସେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କଠାରେ ଲକ୍ଷଣ ନ ଥିଲା। ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ସାମ୍ପଲ ସଂଗ୍ରହ କରାଯାଇଥିଲା। ପଜିଟିଭ ଚିହ୍ନଟ ପରେ ଏପ୍ରିଲ ୨୪ରେ କଟକ ଅଶ୍ୱିନୀ ସ୍ଥାନାନ୍ତରିତ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos