ବ୍ରହ୍ମପୁର (ଜଗନ୍ନାଥ ସାହୁ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କେବଳ ସାମାନ୍ୟ ଆହତ ହୋଇଛନ୍ତି। ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା।
ଆଜି ଭୋର୍ ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିଲା। ସେହିପରି ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା। ହେଲେ ଘନ କୁହୁଡି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ। ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ସେଥିରେ ଥିବା ମତ୍ସଜୀବୀମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ।
ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। ଦୁର୍ଘଟଣାରେ ଗୋଟିଏ ଡଙ୍ଗା ପୂରା ଦୁଇ ଫାଳ ହୋଇଯାଇଥିବା ବେଳେ ଆଉ ଗୋଟିଏ ସାମାନ୍ୟ ଭାଙ୍ଗିଛି। ସେହିପରି ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲକ୍ଷାଧିକ ଟଙ୍କା ହଡ଼ପ; ଗରିବଙ୍କ ଝାଳ ବୁହା ଧନ ନେଇଗଲେ ପୋଷ୍ଟ ମାଷ୍ଟର!
ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି।
Accident
ବାଇକ୍କୁ ପଛରୁ ପିଟିଲା ଟ୍ରକ୍; ମା’ପୁଅ ମୃତ, ବାପା ଗୁରୁତର
ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର।
Crime
କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ
ଘଟଣା ଘଟିବାର ୬ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି କୋଡ଼ିଙ୍ଗା ତହସିଲଦାର।
Politics
ଦେଶର ରାଜଧାନୀରେ ହଙ୍ଗାମା; ରାଜ୍ୟ ରାଜଧାନୀରେ ଗର୍ଜନ
ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି।
Weather
ରବିବାର ସକାଳ ଯାଏଁ ବର୍ଷା; ଜାଣନ୍ତୁ, କେବେ କେଉଁଠି ହେବ
ଆଗାମୀ ୪ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। କିନ୍ତୁ ତା’ପରେ ୨ରୁ ୪ ଡିଗ୍ରୀ କମିବ।