ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୬୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୧୨୦୬୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1304422214289113093?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ଅଛନ୍ତି। ସେହିପରି କଟକରୁ ୪୨୫, ସୁନ୍ଦରଗଡ଼ରୁ ୨୬୭, ବରଗଡ଼ରୁ ୨୪୪, ମୟୂରଭଞ୍ଜରୁ ୨୪୦, ବାଲେଶ୍ୱରରୁ ୧୮୭, ଯାଜପୁରରୁ ୧୮୫, କେନ୍ଦ୍ରାପଡ଼ାରୁ ୧୭୯, ଅନୁଗୋଳରୁ ୧୬୭, ଗଞ୍ଜାମରୁ ୧୫୭, ପୁରୀରୁ ୧୩୨, ଭଦ୍ରକରୁ ୧୩୦, ଜଗତସିଂହପୁରରୁ ୧୩୦, ଝାରସୁଗୁଡ଼ାରୁ ୧୩୦, କେନ୍ଦୁଝରରୁ ୭୮, ସମ୍ବଲପୁରରୁ ୭୭, କୋରାପୁଟରୁ ୭୪, ନୂଆପଡ଼ାରୁ ୭୪, ନବରଙ୍ଗପୁରରୁ ୫୯, ଢେଙ୍କାନାଳରୁ ୫୦, ନୟାଗଡ଼ରୁ ୪୮, ରାୟଗଡ଼ାରୁ ୪୫, କଳାହାଣ୍ଡିରୁ ୩୭, ବଲାଙ୍ଗିରରୁ ୩୩, ସୁବର୍ଣ୍ଣପୁରରୁ ୩୩, କନ୍ଧମାଳରୁ ୩୨, ବୌଦ୍ଧରୁ ୩୧, ଦେବଗଡ଼ରୁ ୨୬, ମାଲକାନଗିରିରୁ ୨୪ ଓ ଗଜପତିରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।