ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଏକ ଘରୋଇ ବ୍ୟାଙ୍କରୁ ଲୁଟ୍ ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଟାଉନ ଥାନା ସାମନ୍ତରାପୁର ସିଦ୍ଧେଶ୍ୱର ମନ୍ଦିର ପାଖରେ ଥିବା ଘରୋଇ ବ୍ୟାଙ୍କ ବନ୍ଧନରୁ। ଆଜି ଦିନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି।
ବ୍ୟାଙ୍କ କର୍ମଚାରୀମାନେ ଭିତରେ ଟଙ୍କା ଗଣୁଥିବା ବେଳେ ବ୍ୟାଙ୍କକୁ ହେଲମେଟ ଓ ମୁଖାପିନ୍ଧି ପଶି ଆସିଥିଲେ ୪ ଦୁର୍ବୃତ୍ତ। କେହି କିଛି ବୁଝିବା ପୂର୍ବରୁ ବନ୍ଧୁକ ଦେଖାଇ ଗଣତ ହୋଇଥିବା ୬ ଲକ୍ଷ ଟଙ୍କା ନେଇଯାଇଥିଲେ। ଏହା ପରେ କର୍ମଚାରୀଙ୍କଠାରୁ ଚାବି ନେଇ ଅନ୍ୟ ଆଲମିରା ବି ଖୋଲିଥିଲେ। ସିସିଟିଭିର ହାର୍ଡ ଡିସ୍କକୁ ବି ମଧ୍ୟ ସେମାନେ ନେଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
https://www.youtube.com/watch?v=TWXq6RpRcGg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଦଲାଲଙ୍କ ଜରିଆରେ ଘୂରି ବୁଲୁଛି ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ
କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ!
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।