କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୭ଟି ଲୋକାଲ କେସ ବାହାରିଥିବା ଜଣାଯାଇଛି। ଏନେଇ ସିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 32 new COVID-19 positive cases reported today in #Cuttack district, 7 +ve cases belong to Cuttack city (CMC area).
Further contact tracing, testing, and sanitization of the concerned areas is underway. pic.twitter.com/qUuTbZoSyN
— CMC,Cuttack (@CMCCuttack) July 1, 2020
ସିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଟକର କାଠଗୋଲା ସାହିର ୩୩ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କ ବ୍ୟତୀତ କଟକର ଥୋରିଆ ସାହିରୁ ୫୨ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ନୂଆପାଟଣାରୁ ୨୪ବର୍ଷୀୟା ମହିଳା, ମଙ୍ଗଳାବାଗରୁ ୨୩ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ମହାନଦୀ ବିହାରରୁ ୪୦ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ କଟକ ଜଗତପୁରରୁ ଜଣେ ୪୫ବର୍ଷୀୟ ପୁରୁଷ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, କଟକ ମହାନଗର ନିଗମ ଅଞ୍ଚଳରୁ ସମୁଦାୟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରିଲେଣି। ଅବଶିଷ୍ଟ ୨୪ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନାରେ କଟକରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।