ଆମ୍ୱୁଲାନ୍ସରୁ ସରିଗଲା ତେଲ; ମା’ଛୁଆ ମୃତ

ବାରିପଦା (ମାଣିକଲାଲ୍ ପାଣି): ବାଟରେ ଆମ୍ବୁଲାନ୍ସରୁ ତେଲ ସରିଗଲା। ତେଣୁ ଗୁରୁତର ଅବସ୍ଥାରେ ଥିବା ଜଣେ ପ୍ରସୂତି ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରେ ଅପେକ୍ଷା କଲେ। ଆଉ ଶେଷରେ ତାଙ୍କ ସହିତ ତାଙ୍କ ଛୁଆର ଜୀବନ ଚାଲିଗଲା। ଏପରି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ। ସୂଚନା ଅନୁଯାୟୀ, ଗତକାଲି ହାଣିଦା ଗାଁର ତୁଳସୀ ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ […]

death

death

Jyoshna Pradhan
  • Published: Saturday, 05 October 2019
  • Updated: 05 October 2019, 03:03 PM IST

ବାରିପଦା (ମାଣିକଲାଲ୍ ପାଣି): ବାଟରେ ଆମ୍ବୁଲାନ୍ସରୁ ତେଲ ସରିଗଲା। ତେଣୁ ଗୁରୁତର ଅବସ୍ଥାରେ ଥିବା ଜଣେ ପ୍ରସୂତି ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରେ ଅପେକ୍ଷା କଲେ। ଆଉ ଶେଷରେ ତାଙ୍କ ସହିତ ତାଙ୍କ ଛୁଆର ଜୀବନ ଚାଲିଗଲା। ଏପରି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ।

ସୂଚନା ଅନୁଯାୟୀ, ଗତକାଲି ହାଣିଦା ଗାଁର ତୁଳସୀ ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ରାତିରେ ତାଙ୍କ ଅବସ୍ଥା ଖରାପ ହେବାରୁ ବାରିପଦା  ପିଆର୍‌ଏମ୍‌ ମେଡିକାଲ କଲେଜକୁ ସ୍ଥାନନ୍ତର କରାଯାଇଥିଲା।  ବାଙ୍ଗିରିପୋଷି ଡାକ୍ତରଖାନାର ଆମ୍ୱୁଲାନ୍ସରେ ତାଙ୍କୁ ଏଠାକୁ ଅଣାଯାଇଥିଲା। ହେଲେ ଅଧା ବାଟରେ କୁଳିଅଣା ପାଖାପାଖି ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା। ଆମ୍ୱୁଲାନ୍ସ ଡ୍ରାଇଭର ଓ ମହିଳାଙ୍କ ସ୍ୱାମୀ ଚେଷ୍ଟା କଲା ପରେ ମଧ୍ୟ ଆଖପାଖ ଅଞ୍ଚଳରୁ ତେଲ ପାଇ ନଥିଲେ। ତା’ପରେ ଆଶା ଦିଦି  ୧୦୮କୁ ଫୋନ୍‌ କରିଥିଲେ। ପାଖାପାଖି  ଏକ ଘଣ୍ଟା ପରେ ୧୦୮ ଆମ୍ୱୁଲାନ୍ସ ଆସିଥିଲା ଓ ତୁଳସୀଙ୍କୁ ବାରିପଦା ଆଣିଥିଲା। ତେବେ ସେତେବେଳକୁ ତୁଳସୀ ଓ ତାଙ୍କ ଛୁଆର ମୃତ୍ୟୁ ହୋଇଯାଇଥିଲା।

ଏନେଇ ମୟୁରଭଞ୍ଜ ସିଡିଏମ୍‌ଓ କହିଛନ୍ତି, ଆମ୍ବୁଲାନ୍ସରେ ତେଲ ଥିଲା। କିନ୍ତୁ ପାଇବ ଫାଟି ଯିବାରୁ ତେଲ ସରିଗଲା। ମହିଳା ଜଣଙ୍କ ଅବସ୍ଥା ବି ବହୁତ ସଙ୍କଟାପନ୍ନ ଥିଲା। ତେବେ ଘଟଣାର ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos