କାଲି ଅଭିଜିତ୍ ଆୟରଙ୍କ ପାଇଁ ଶେଷ ସୁଯୋଗ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ଦ୍ୱିତୀୟ ଥର ପାଇଁ ଅଭିଜିତ୍ ଆୟର ମିତ୍ର ହାଜର ହୋଇଥିଲେ। ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ କମିଟି ଆଗରେ ହାଜର ହୋଇଥିଲେ। ହେଲେ ନିଜ ସତ୍ୟପାଠ ଦାଖଲ କରିପାରି ନଥିଲେ। ତେଣୁ ଅଭିଜିତ୍ ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ହାଜର ହୋଇ ନିଜ ସତ୍ୟପାଠ ଦାଖଲ କରିବେ। ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ ଅଭିଜିତ୍‌ ଆୟର […]

abhijit

abhijit

Jyoshna Pradhan
  • Published: Friday, 02 November 2018
  • Updated: 02 November 2018, 02:29 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ଦ୍ୱିତୀୟ ଥର ପାଇଁ ଅଭିଜିତ୍ ଆୟର ମିତ୍ର ହାଜର ହୋଇଥିଲେ। ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ କମିଟି ଆଗରେ ହାଜର ହୋଇଥିଲେ। ହେଲେ ନିଜ ସତ୍ୟପାଠ ଦାଖଲ କରିପାରି ନଥିଲେ। ତେଣୁ ଅଭିଜିତ୍ ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ହାଜର ହୋଇ ନିଜ ସତ୍ୟପାଠ ଦାଖଲ କରିବେ।

ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ ଅଭିଜିତ୍‌ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ନିର୍ଦ୍ଦେଶ ଅନୁସାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ସତ୍ୟପାଠ  ଦାଖଲ କରିବାର ଥିଲା।  ହେଲେ ସେ ଆଜି ସତ୍ୟପାଠ ଦାଖଲ କରି ନାହାନ୍ତି। ତାଙ୍କ ଓକିଲ ଆଫିଡେଫିଟ୍ ନେଇ ଆସୁଛନ୍ତି କହିବାରୁ  କିଛି ସମୟ ଆମେ ତାଙ୍କ ଓକିଲଙ୍କୁ ଅପେକ୍ଷା କରିଥିଲୁ। ତେବେ ଆଜି ସତ୍ୟପାଠ ଦାଖଲ ହୋଇପାରି ନଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ପୁଣି ମୁଲତବୀ ରଖାଯାଇଛି। କାଲି ଦିନ ୧୧ଟା ବେଳେ ସତ୍ୟପାଠ ଦାଖଲ କରିବାକୁ ପୁଣି ନିର୍ଦ୍ଦେଶ ଦିଆଯାଇଛି। ଆଉ ଏହା ଶେଷ ସୁଯୋଗ ବୋଲି  ଆମେ ତାଙ୍କୁ ଜଣାଇ ଦେଇଛୁ।”

ସୂଚନାଯୋଗ୍ୟ, ଗତମାସ ୨୩ ତାରିଖରେ ଅଭିଜିତ୍ ଆୟର ମିତ୍ର ଗୃହ କମିଟି ଆଗରେ ହାଜର ହୋଇ ବୟାନ ରଖିଥିଲେ। ସେ ଦେଇଥିବା ବୟାନକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos