ଗୁରୁତ୍ୱହୀନ ପାଲଟିଛି ପ୍ରାର୍ଥୀଙ୍କ ‘ବୟସ ଓ ଶିକ୍ଷା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନ କସରତ ଜୋରଦାର ହୋଇଥିବା ବେଳେ ରାଜନୀତିକ ଦଳଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱହୀନ ହୋଇପଡ଼ିଥିବା ଜଣାପଡ଼ିଛି। କେବଳ ଜିତିବା ସମ୍ଭାବନାକୁ ମୁଖ୍ୟ ମାନଦଣ୍ଡ କରି ବିଜେଡି ସମେତ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଚୟନ କରୁଥିବାରୁ ୨୦୧୪ ମସିହା ଭଳି ଏଥର ବି ବିଧାନସଭାକୁ ଯୁବ ପ୍ରତିନିଧିତ୍ୱ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ବିଜେଡି ୨୦୧୪ରେ ୨୦ରୁ ଅଧିକ […]

election

election

Manoranjan Sial
  • Published: Saturday, 16 March 2019
  • Updated: 16 March 2019, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନ କସରତ ଜୋରଦାର ହୋଇଥିବା ବେଳେ ରାଜନୀତିକ ଦଳଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱହୀନ ହୋଇପଡ଼ିଥିବା ଜଣାପଡ଼ିଛି। କେବଳ ଜିତିବା ସମ୍ଭାବନାକୁ ମୁଖ୍ୟ ମାନଦଣ୍ଡ କରି ବିଜେଡି ସମେତ ଦଳଗୁଡ଼ିକ ନିଜର ପ୍ରାର୍ଥୀ ଚୟନ କରୁଥିବାରୁ ୨୦୧୪ ମସିହା ଭଳି ଏଥର ବି ବିଧାନସଭାକୁ ଯୁବ ପ୍ରତିନିଧିତ୍ୱ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ବିଜେଡି ୨୦୧୪ରେ ୨୦ରୁ ଅଧିକ ଏଭଳି ପ୍ରାର୍ଥୀଙ୍କୁ ବିଧାନସଭା ପଠାଇଛି ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା  ସର୍ବାଧିକ ମ୍ୟାଟ୍ରିକ ବୋଲି ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସାଧାରଣ ନିର୍ବାଚନରେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ପ୍ରାର୍ଥୀ ଚୟନ ବେଳେ ‘ବିଜୟ ସମ୍ଭାବନା’କୁ ଏକମାତ୍ର ମାନଦଣ୍ଡ ଭାବେ ବିବେଚନା କରୁଥିବାରୁ ବହୁ ଶିକ୍ଷିତ ଯୋଗ୍ୟ ଯୁବ ବ୍ୟକ୍ତିମାନଙ୍କୁ ପ୍ରତିନିଧିତ୍ୱରୁ ବଂଚିତ ହେବାକୁ ପଡ଼ୁଛି। ସଙ୍ଗୀନ ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକେଟ୍ ଦେବାକୁ ରାଜନୀତିକ ଦଳଗୁଡ଼ିକ ପଛାଉ ନାହାନ୍ତି।

ତଥ୍ୟ ଅନୁସାରେ, ରାଜ୍ୟରେ ଚଳିତ ନିର୍ବାଚନରେ ଅତିରିକ୍ତ ୫.୪୫ଲକ୍ଷ ନୂଆ ଭୋଟର ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩.୧୮ କୋଟି ହୋଇଥିବାବେଳେ ସେଥିରେ ୧୮ରୁ ୩୫ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ପ୍ରାୟ ୧.୬୫କୋଟି। ରାଜ୍ୟରେ ୭୨.୯ ପ୍ରତିଶତ ଲୋକ ସାକ୍ଷର ହୋଇଥିବା ବେଳେ ୧୩.୧୭ ପ୍ରତିଶତ ଲୋକ ଦ୍ୱାଦଶ ବା ତଦୁର୍ଦ୍ଧ୍ୱର ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି। କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ୧୪୭ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଧାନସଭାକୁ ନିର୍ବାଚିତ ହୋଇଥିବା ୨୩ ଜଣ ବିଧାୟକଙ୍କର ଶିକ୍ଷାଗତ ଯୋଗ୍ୟତା ସର୍ବାଧିକ ମାଟ୍ରିକ ଥିଲା। ଏଥିରେ ୨ଜଣ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପ୍ରକାଶ ବେହେରା (ଆଜି ଇସ୍ତଫା ଦେଇଛନ୍ତି), ୩ ବିଜେପି ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରଦୀପ ପୁରୋହିତ ଓ ନୀତେଶ ଗଙ୍ଗଦେବ ଏବଂ ଜଣେ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ୧୭ଜଣ ବିଧାୟକ କ୍ଷମତାସୀନ ବିଜେଡିର।

ବିଜେଡି ବିଧାୟକ ମହିଧର ରଣା ଓ ନନ୍ଦିନୀ ଦେବୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ହୋଇଥିବାବେଳେ ବିଧାୟକ ଆୟୁବ ଖାନ, ଡୁଗୁନି କହଁର, ଲାଲବିହାରୀ ହିମିରିକା, ରାଜୀବ ପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଷ୍ଟମ ପାସ୍ ଏବଂ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ହୃଷିକେଶ ନାଏକ, ମନୋହର ରନ୍ଧାରୀ, ପଦ୍ମନାଭ ବେହେରା,ପ୍ରଫୁଲ୍ଲ କୁମାର ପାଙ୍ଗୀ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସୀମାରାଣୀ ନାୟକ, ଶ୍ରୀକାନ୍ତ ସାହୁ, ସୁବାସ ଗଣ୍ଡ ଓ ତ୍ରିନାଥ ଗମାଙ୍ଗ ରହିଛନ୍ତି।

ସେହିପରି ବୟସ ଦୃଷ୍ଟିରୁ ଦେଖିଲେ ଗତ ବିଧାନସଭା ନିର୍ବାଚନରେ ବିଜେଡି ୨୫ରୁ ୩୫ବର୍ଷ ବୟସର ମାତ୍ର ୧୦ଜଣଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ୬ଜଣଙ୍କୁ ଓ କଂଗ୍ରେସ ୮ଜଣଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ୩୬ରୁ ୪୫ବର୍ଷ ବୟସର ୩୯ଜଣଙ୍କୁ ବିଜେଡି, ୫୧ଜଣଙ୍କୁ କଂଗ୍ରେସ ଓ ୫୪ଜଣଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ୪୬ରୁ ୫୫ବର୍ଷର ୪୫ଜଣଙ୍କୁ ବିଜେଡି, ୫୦ଜଣଙ୍କୁ କଂଗ୍ରେସ, ୫୩ଜଣଙ୍କୁ ବିଜେପି ଓ ୬୬ରୁ ୭୫ବର୍ଷର ୧୬ଜଣଙ୍କୁ ବିଜେଡି, ୯

ଜଣଙ୍କୁ କଂଗ୍ରେସ ଓ ୪ଜଣଙ୍କୁ ବିଜେପି ପ୍ରାର୍ଥୀ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story