ପାଟକୁରା: ଶ୍ରେୟ ନେବାକୁ ବିଜେଡିରେ ଲମ୍ବାଧାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ହେବ। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନରେ ବିଜୟୀ ହେବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ବିଜେଡି ଏବେ ଅଧିକ ଉତ୍ସାହିତ ହୋଇପଡ଼ିଛିି। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜୟର ଶ୍ରେୟ ନେବାପାଇଁ ଏବେଠୁ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁସାରେ, କଡ଼ା ସୁରକ୍ଷା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଆସନ୍ତାକାଲି ୧୮ଟି ରାଉଣ୍ଡରେ ଭୋଟ […]

ahead-of-counting-bjd-leaders-vie-with-one-another-to-take-credit-for-ruling-partys-victory-in-patakura

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ହେବ। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନରେ ବିଜୟୀ ହେବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ବିଜେଡି ଏବେ ଅଧିକ ଉତ୍ସାହିତ ହୋଇପଡ଼ିଛିି। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜୟର ଶ୍ରେୟ ନେବାପାଇଁ ଏବେଠୁ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି।

ମିଳିଥିବା ସୂଚନା ଅନୁସାରେ, କଡ଼ା ସୁରକ୍ଷା ବଳୟ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଆସନ୍ତାକାଲି ୧୮ଟି ରାଉଣ୍ଡରେ ଭୋଟ ଗଣନା ହେବ। ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ହେଉଛି। ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶାସକ ବିଜେଡି ନିଜର ପୁରା ତାକତ୍ ଲଗାଇ ଦେଇଥିଲା। ଦଳର ମନ୍ତ୍ରୀ-ବିଧାୟକ ଓ ହେଭିୱେଟ୍ ନେତାମାନଙ୍କୁ ପଞ୍ଚାୟତୱାରି ଦାୟିତ୍ୱ ବଣ୍ଟନ ଓ ଆଖିବୁଜା ଟଙ୍କା ଖର୍ଚ୍ଚ ସହ ସ୍ଥାନୀୟ ପ୍ରଶାସନକୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ହାତେଇବା କାର୍ଯ୍ୟରେ ଖୁଲମଖୁଲା ଉପଯୋଗ କରିବାକୁ ପଛାଇ ନଥିଲା। ପାଟକୁରା ନିର୍ବାଚନକୁ ଏକତରଫା କବଜା କରିବା ପାଇଁ ବିଜେଡି ଯେଉଁ ରଣନୀତି କରିଥିଲା ତାହା ସ୍ଥାନୀୟ ବିଜେପିର ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ ସଫଳ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ବିଜେଡି ନେତାମାନେ ଏବେ ଦଳୀୟ ପ୍ରାର୍ଥୀ ୨୫ରୁ ୩୦ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ବାଢ଼ିବାକୁ ପଛାଉନାହାନ୍ତି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ପାଟକୁରା ନିର୍ବାଚନରେ ବିଜେପିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଡେରାବିଶ ବ୍ଲକରେ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟ କରିଛି। ଡେରାବିଶ ବ୍ଲକର ମୋଟ ୨୬ଟି ପଞ୍ଚାୟତରେ ପୂର୍ବରୁ ବିଜେଡିର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କୁ ଏଠାରେ ଦଳୀୟ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟର ଶିକାର ହେବାକୁ ପଡ଼ିଛି। ଡେରାବିଶ ବ୍ଲକରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଥିବାବେଳେ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ଶେଷ ମୁହୂର୍ତ୍ତରେ କିଛି ବିଜେପି ନେତାଙ୍କୁ ମ୍ୟାନେଜ୍ କରିବାରେ ସକ୍ଷମ ହୋଇଥିଲେ। ଯେଉଁଥିପାଇଁ ସେଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଲଢ଼େଇ ହୋଇପାରିନଥିଲା ବୋଲି କୁହାଯାଉଛି। ଯଦିଓ ଡେରାବିଶ ବ୍ଲକରେ ପ୍ରତାପ ଦେବ, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ଭଳି ହେଭିୱେଟ୍ ନେତାଙ୍କ ସମେତ ୬ରୁ ଅଧିକ ମନ୍ତ୍ରୀ ଓ ପ୍ରାୟ ୧୫ଜଣ ବିଧାୟକ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ, ତଥାପି ବିଜେପିର ଏକ ବୃହତ୍ ଗୋଷ୍ଠୀକୁ ମ୍ୟାନେଜ୍ କରାଯିବା ପରେ ଦଳୀୟ ନେତାମାନଙ୍କ ଭୂମିକା ଅତ୍ୟନ୍ତ ଗୌଣ ହୋଇଯାଇଛି। ବିଜେପିର ଏକ ଗୋଷ୍ଠୀକୁ ମ୍ୟାନେଜ୍ କରାଯାଇଥିବାରୁ ବିଜେଡି ଏହି ବ୍ଲକରେ ପ୍ରାୟ ୧୫ରୁ ୨୦ହଜାର ଅଧିକ ଭୋଟ୍ ପାଇବ ବୋଲି ଦାବି କରୁଛି।

ଅନ୍ୟପକ୍ଷରେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡି ଓ ଶ୍ରୀ ମହାପାତ୍ରଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିଲା। ଏହି ଦୁଇ ବ୍ଲକର ମୋଟ ୨୫ଟି ପଞ୍ଚାୟତରେ ବିଜେଡିକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଛି। ସାଧାରଣ ନିର୍ବାଚନରେ ବିଜେଡି ଏହି ଦୁଇ ବ୍ଲକରେ ବ୍ୟାକଫୁଟରେ ଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ନିଜ ଗାଁ ଗରଦପୁର ବ୍ଲକରେ। ତେଣୁ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ଓ ମାର୍ଶାଘାଇର ସମସ୍ତ ୨୫ଟି ପଞ୍ଚାୟତରେ ଶ୍ରୀ ମହାପାତ୍ରଙ୍କ ପ୍ରଭାବ ପରିଲକ୍ଷିତ ହୋଇଥିଲା। ଗରଦପୁର ବ୍ଲକ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଥିବାବେଳେ ସମସ୍ତ ୧୮ଟି ପଞ୍ଚାୟତ ଦାୟିତ୍ୱରେ ଦଳୀୟ ବିଧାୟକମାନେ ଥିଲେ। ମାର୍ଶାଘାଇ ବ୍ଲକ ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ ଥିବାବେଳେ ସମସ୍ତ ୭ଟି ପଞ୍ଚାୟତ ଦାୟିତ୍ୱରେ ଦଳୀୟ ବିଧାୟକମାନେ ଦଳୀୟ ପ୍ରାର୍ଥୀ ସପକ୍ଷରେ ଭୋଟ୍ ହାତେଇବାକୁ ପ୍ରୟାସ କରିଥିଲେ। ତେବେ ଏହି ଦୁଇ ବ୍ଲକରେ ବିଜୟଙ୍କ ଦୃଢ଼ ସ୍ଥିତି ଯୋଗୁ ପୁରା ତାକତ୍ ଲଗାଇଥିବା ବିଜେଡିକୁ ଏଠାରେ ନାକେଦମ ହେବାକୁ ପଡ଼ିଥିବା ଜଣାପଡ଼ିଛି। ଏଠି ବିଜୟ ବନାମ ବିଜେଡି ଲଢ଼େଇ ହେଉଥିବାରୁ ଗରଦପୁର ବ୍ଲକରେ ଅତିବେଶୀରେ ୫ରୁ ୭ହଜାର ଓ ମାର୍ଶାଘାଇ ବ୍ଲକରେ ୩ରୁ ୫ହଜାର ଅଧିକ ଭୋଟ୍ ବିଜେଡି ପ୍ରାର୍ଥୀ ସପକ୍ଷରେ ପଡ଼ିପାରେ ବୋଲି ବିଜେଡି ନେତାମାନେ ଦାବି କରୁଛନ୍ତି।

ଏସବୁ ଭିତରେ ବିଜେଡି ସ୍ଥାନୀୟ ପ୍ରଶାସନକୁ ନିଜ ସପକ୍ଷରେ ସମ୍ପୂର୍ଣ୍ଣ ଉପଯୋଗ କରି କୋଟିକୋଟି ଟଙ୍କା ଖର୍ଚ୍ଚ ଜରିଆରେ ବିରୋଧୀ ଶିବିରର କିଛି ମଙ୍ଗୁଆଳ ନେତାଙ୍କ ଗତିବିଧି ଉପରେ ବ୍ରେକ୍ ଦେବାରେ ସକ୍ଷମ ହୋଇଥିଲା। ଯାହାକି ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ପାଇଁ ପଛରୁ ଛୁରାମାଡ଼ ଭଳି ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଏସବୁ ସତ୍ତ୍ୱେ ଯଦି ବିଜୟଙ୍କ ବିଜୟ ହୁଏ, ତା'ହେଲେ ତାହା ଏକ ଅଲୌକିକ ଘଟଣା ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story