ଖୋର୍ଦ୍ଧା: ଗୁରୁବାର ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଗଡିବ ପ୍ରଥମ ଟ୍ରେନ୍। ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁ। ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳଲାଇନ୍ ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନ୍ ତଥା ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଶ୍ରୀ ପ୍ରଭୁ। ୧୯୪୫ ମସିହାରେ ଏହି ରେଳପଥ ପାଇଁ ସର୍ଭେ ହୋଇଥଲା ଏବଂ ମଞ୍ଜୁର ହୋଇଥିଲା ୧୯୯୩ ମସିହାରେ। ୨୦୦୧ରୁ ଜମି ଅଧିଗ୍ରହଣ ଆରମ୍ଭ ହେବା ପରେ ୨୦୦୭ରୁ ଖୋର୍ଦ୍ଧା ପଟୁ ଆରମ୍ଭ ହୋଇଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନିର୍ମାଣ କାମ। ତେବେ ୨୮୯ କିଲୋମିଟର ଲମ୍ୱ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଖୋର୍ଦ୍ଧା ପଟୁ ବେଗୁନିଆ ଯାଏଁ ୩୨ କିଲୋମିଟର କାମ ସରିଛି। ତେଣୁ ବର୍ତ୍ତମାନ ପାଇଁ ଖୋର୍ଦ୍ଧାରୁ ବେଗୁନିଆ ପର୍ଯ୍ୟନ୍ତ ହିଁ ଟ୍ରେନ୍ ଚାଲିବ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ସଂପୂର୍ଣ୍ଣ ଭାବେ ଟ୍ରେନ୍ ଚଳାଚଳ କରିବା ପରେ ଖୋର୍ଦ୍ଧା ସମେତ ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏହା ଲାଇଫ୍ ଲାଇନ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା; ୩ କ୍ଷେତ୍ର ବନ କର୍ମଚାରୀ ସସପେଣ୍ଡ
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
Accident
ଗଛରେ ପିଟିହେଲା କାର୍; ଡ୍ରାଇଭର ଗୁରୁତର
ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ।
Accident
ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ଲାଗିଗଲା ନିଆଁ
ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି।
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।