କେନ୍ଦ୍ରାପଡ଼ାରେ କମାଲ କରିବା ଲକ୍ଷ୍ୟରେ ଜୟ-ବିଜୟ ଯୋଡ଼ି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିର ଟପ୍‌ ଫୋକସରେ ରହିଛି କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧା। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡ଼ାକରା ଦେଇ ତୃତୀୟ ଥର ଲାଗି ପ୍ରାର୍ଥୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା। ବିଜେଡି ମୁଖ୍ୟ ଓ ତାଙ୍କ କୋଟେରିର କ୍ରମାଗତ ଆକ୍ରୋଶର ଶିକାର ହେବା […]

jay-bijay

jay-bijay

Manoranjan Sial
  • Published: Monday, 01 April 2019
  • Updated: 01 April 2019, 10:42 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିର ଟପ୍‌ ଫୋକସରେ ରହିଛି କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧା। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡ଼ାକରା ଦେଇ ତୃତୀୟ ଥର ଲାଗି ପ୍ରାର୍ଥୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା।

ବିଜେଡି ମୁଖ୍ୟ ଓ ତାଙ୍କ କୋଟେରିର କ୍ରମାଗତ ଆକ୍ରୋଶର ଶିକାର ହେବା ପରେ ଗତ ମାସ ବିଜେପିରେ ସାମିଲ ହୋଇଥିଲେ ବୈଜୟନ୍ତ। ଏହା ପରେ ତାଙ୍କୁ ସିଧାସଳଖ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ ତାଙ୍କର ପଲ୍ଲା ଭାରି ରହିଛି। କାରଣ ତାଙ୍କ କ୍ୟାମ୍ପରେ ଅଛନ୍ତି ଭେଟେରାନ୍ ବିଜୟ ମହାପାତ୍ର। ତା’ସହ ସାଲେପୁରର ବର୍ତ୍ତମାନର ବିଧାୟକ ପ୍ରକାଶ ବେହେରା।

ସେପଟେ ବିଜେପିକୁ ଚେକ ଦେବା ପାଇଁ ବିଜେଡି ବହୁ ଅଙ୍କ କଷିବା ପରେ ଶେଷରେ ବାଛିଛି ଜଣେ ନୂଆ ମୁହଁ। ପ୍ରତ୍ୟକ୍ଷ ନିର୍ବାଚନରେ ଆଦୌ ଅନୁଭବ ନଥିବା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ଏମିତିକି ଟିକେଟ୍ ଚର୍ଚ୍ଚାରେ ଥିବା ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ଉପରେ ଦଳ ସାହସ ଜୁଟାଇନପାରି ତାଙ୍କୁ ପୁଣି ଥରେ ଆଳିରୁ ବିଧାୟକ ପ୍ରାର୍ଥୀ କରିଛି। ଆଉ ବିଦ୍ରୋହ ଭୟରେ ସବୁ ଆସନରେ ପୁରୁଣା ମୁହଁଙ୍କୁ ସୁଯୋଗ ଦେଇଛି।

ଅନ୍ୟପକ୍ଷରେ କଂଗ୍ରେସ କିନ୍ତୁ ପୁଣି ଥରେ ଭରସା କରିଛି ପୂର୍ବତନ ଆଇନଜୀବୀ ଧରଣୀଧର ନାୟକଙ୍କୁ। ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତିଙ୍କ ସହ ଟାଣୁଆ ନେତା ଗଣେଶ୍ୱର ବେହେରାଙ୍କୁ ପୁଣି ଥରେ ପ୍ରାର୍ଥୀ କରି ଧରଣୀଧରଙ୍କ ପଲ୍ଲା ଭାରି କରିବାକୁ ଉଦ୍ୟମ କରିଛି ଦଳ। ତେଣୁ ଏବେ ଉତ୍କଣ୍ଠା, କେନ୍ଦ୍ରାପଡ଼ାରେ କି କମାଲ କରିବେ ଜୟ-ବିଜୟ ଯୋଡ଼ି? ଭୋଟରଙ୍କ ଅନୁଭବକୁ ପରଖି ପାରିବେ କି ନବାଗତ ଅନୁଭବ ମହାନ୍ତି? ଅଥବା ମାଟି ପୁଅ ବୋଲି ଦାବି କରୁଥିବା ଧରଣୀଧରଙ୍କୁ ଭରସା କରିବେ ଜନତା ଜନାର୍ଦ୍ଦନ?

ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି-“ଯେଉଁ ଦଳ ବିଜୁବାବୁଙ୍କ ନାଁରେ ଗଢ଼ା ହୋଇଥିଲା, ସେହି ଦଳ ଆଉ ବିଜୁବାବୁଙ୍କ ଆଦର୍ଶରେ ନାହିଁ। ଆଜି ଏଠି ରିତିମତ୍‌ ଗଣ ଦୁଷ୍କର୍ମ ଓ ହତ୍ୟା ଚାଲିଛି। ଯାହାକୁ ବିଜୁବାବୁ କେବେ ସହି ନଥାଆନ୍ତେ। ମୋତେ କେନ୍ଦ୍ରାପଡ଼ାର ଜନସାଧାରଣ ଦେଖିଛନ୍ତି। ସେମାନଙ୍କ ସୁଖ ଓ ଦୁଃଖରେ ମୁଁ ଛିଡ଼ା ହୋଇଛି କି ନାହିଁ ସେମାନେ କହିବେ। ମୁଁ ଆଶା କରୁଛି ମୋତେ ସେମାନଙ୍କ ଆଶୀର୍ବାଦ ମିଳିବ।”

ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି କହିଛନ୍ତି-“କେନ୍ଦ୍ରାପଡ଼ା ମାଟି ହେଉଛି ବିଜୁବାବୁଙ୍କ ମାଟି। କେନ୍ଦ୍ରାପଡ଼ା ମାଟି ହେଉଛି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ମାଟି। ଏଠି ବିଜେଡି ହିଁ ଜିତି ଆସୁଥିଲା। ନବୀନବାବୁ ଜିତି ଆସୁଥିଲେ। ୨୦୧୯ ନିର୍ବାଚନରେ ସେୟା ହିଁ ହେବ।”

କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ କହିଛନ୍ତି-“ଏହି ଲଢ଼େଇ ହେବ ଦେଶୀ ବନାମ ବିଦେଶୀ ଭିତରେ। ଆଉ ଏହି ଲଢ଼େଇ ହେବ ସୁବିଧାବାଦ ବିରୋଧରେ।”

କେନ୍ଦ୍ରାପଡ଼ା ସାଂସଦ ଭାବେ ୨ଟି ଟର୍ମରେ ହୋଇଥିବା ବିକାଶକୁ ବୈଜୟନ୍ତ ମୁଦ୍ଦା କରିଛନ୍ତି। ନିର୍ବାଚନରେ ଯେପରିକି ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଥିବା ୫୭ଟି ଓଭର ହେଡ୍ ପାଣିଟାଙ୍କି, ୨୪ଟି ମିନି ଷ୍ଟାଡିୟମ, ୧୫ଟି ବହୁମୁଖୀ ଆଶ୍ରୟସ୍ଥଳ, ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଟ୍ରାଏଲ୍ ରନ୍ ସରିବା ଇତ୍ୟାଦି। ତା’ ସହ ତାଙ୍କ ପ୍ରତି ବିଜେଡିରେ ହୋଇଥିବା ସାଂଘାତିକ ଅନ୍ୟାୟକୁ ମଧ୍ୟ ପ୍ରଚାର ବେଳେ ଫୋକସ୍ କରୁଛନ୍ତି ବୈଜୟନ୍ତ। ଆଉ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି 'ବ୍ରାଣ୍ଡ ନବୀନ'ସହ ରାଜ୍ୟ ସରକାରଙ୍କ ଯୋଜନାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ମୁଦ୍ଦା ସାଙ୍ଗକୁ 'ମାଟିର ପୁଅ'କୁ ଭୋଟ୍ ଦେବା ପାଇଁ ପ୍ରଚାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story