ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣା; ବନ୍ଧା ହେଲେ ୩ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଗଣ୍ଡଗୋଳ ଘଟଣାରେ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍। ଗତକାଲି ରାତିରେ କ୍ୟାପିଟାଲ୍ ଥାନା ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଏହା ସହିତ ଏ ଘଟଣାରେ ଏଯାବତ୍‌ ମୋଟ ୨୫ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍‌ପିଙ୍କ ପୁଅ ଅଛନ୍ତି। […]

Jail-Arrest-12

Jail-Arrest-12

Jyoshna Pradhan
  • Published: Sunday, 19 January 2020
  • Updated: 19 January 2020, 08:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଗଣ୍ଡଗୋଳ ଘଟଣାରେ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍। ଗତକାଲି ରାତିରେ କ୍ୟାପିଟାଲ୍ ଥାନା ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଏହା ସହିତ ଏ ଘଟଣାରେ ଏଯାବତ୍‌ ମୋଟ ୨୫ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍‌ପିଙ୍କ ପୁଅ ଅଛନ୍ତି।

ଏହି ଘଟଣାରେ ୩୦ରୁ ଅଧିକ ଜଣ ସମ୍ପୃକ୍ତ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ସମସ୍ତଙ୍କ ଧରିବାକୁ ଚଢ଼ଉ କରିଥିଲା।

ଗତ ୧୦ ତାରିଖରେ ଅଭିଯୁକ୍ତମାନେ ମାର୍କେଟ ବିଲ୍ଡିଂରେ ମାରପିଟ ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ସେମାନଙ୍କ ଆକ୍ରମଣରେ ପ୍ରାୟ ଶହେରୁ ଅଧିକ ଦୋକାନ ଛିନଛତ୍ର ହୋଇଯାଇଥିଲା। କିଛି ସମୟ ଧରି ସେଠାରେ ଆତଙ୍କରାଜ ଚାଲିଥିବା ବେଳେ ଗ୍ରାହକ ଓ ଦୋକାନୀମାନେ ପ୍ରାଣବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos