ଅର୍ପା-ଭାଇସାଝର ପ୍ରକଳ୍ପ ସମ୍ପର୍କରେ ଅବଗତ ଥିଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ର ଜଳ ଆୟୋଗର ବିନା ଅନୁମତିରେ ଛତିଶଗଡ ନିର୍ମାଣ କରୁଥିବା ଅର୍ପା-ଭାଇସାଝର ପ୍ରକଳ୍ପ ସମ୍ପର୍କରେ ସରକାର ୩ ବର୍ଷ ପୂର୍ବରୁ ଜାଣିଥିଲେ। ୨୦୧୩ ଜୁଲାଇରେ ଅର୍ପା- ଭାଇସାଝର ସହ ୭ଟି ବ୍ୟାରେଜ ସମ୍ପର୍କରେ ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ରାଜ୍ୟ ସରକାର ଆଲୋଚନା ମଧ୍ୟ କରିଥିଲେ। ଏଥିନେଇ ରାଜ୍ୟ ସରକାର ଜାଣିଥିବା ମଧ୍ୟ ନିଜେ ସ୍ୱୀକାର କରିଛନ୍ତି। ଅର୍ପା ପ୍ରକଳ୍ପର ଡିପିଆର ପାଇବାର ୭ ମାସ ପରେ ଛତିଶଗଡକୁ ଓଡ଼ିଶା ଦେଇଥିବା ଚିଠି […]

OR photo

OR photo

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 08:41 PM IST

Sports

Latest News

OR photoଭୁବନେଶ୍ୱର: କେନ୍ଦ୍ର ଜଳ ଆୟୋଗର ବିନା ଅନୁମତିରେ ଛତିଶଗଡ ନିର୍ମାଣ କରୁଥିବା ଅର୍ପା-ଭାଇସାଝର ପ୍ରକଳ୍ପ ସମ୍ପର୍କରେ ସରକାର ୩ ବର୍ଷ ପୂର୍ବରୁ ଜାଣିଥିଲେ। ୨୦୧୩ ଜୁଲାଇରେ ଅର୍ପା- ଭାଇସାଝର ସହ ୭ଟି ବ୍ୟାରେଜ ସମ୍ପର୍କରେ ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ରାଜ୍ୟ ସରକାର ଆଲୋଚନା ମଧ୍ୟ କରିଥିଲେ। ଏଥିନେଇ ରାଜ୍ୟ ସରକାର ଜାଣିଥିବା ମଧ୍ୟ ନିଜେ ସ୍ୱୀକାର କରିଛନ୍ତି। ଅର୍ପା ପ୍ରକଳ୍ପର ଡିପିଆର ପାଇବାର ୭ ମାସ ପରେ ଛତିଶଗଡକୁ ଓଡ଼ିଶା ଦେଇଥିବା ଚିଠି ଏହା ପ୍ରମାଣିତ କରିଛି। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। କେବଳ ଏଥିକି ନୁହେଁ ଯେଉଁ ପାଏରୀ-ମହାନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁଛି, ବନ୍ୟା ନିୟନ୍ତ୍ରଣରେ ଏହାର ଭୂମିକାକୁ ବି ପ୍ରଶଂସା କରିଛନ୍ତି ଓଡ଼ିଶା ସରକାର।

ଅର୍ପା-ଭାଇସାଝର ପ୍ରକଳ୍ପର ଡିପିଆର ପାଇବା ପରେ ରାଜ୍ୟ ସରକାର ଚଳିତ ବର୍ଷ ଏପ୍ରିଲ ୨୬ରେ ଛତିଶଗଡ ସରକାରଙ୍କୁ ଏକ ଚିଠିର ଉତ୍ତର ଦେଇଥିଲେ। ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଛତିଶଗଡ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ୨୦୧୩ ଜୁଲାଇରେ ଛତିଶଗଡ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ସରକାର ଆଲୋଚନାବେଳେ ହୀରାକୁଦର ଉପର ମୁଣ୍ଡରେ ମହାନଦୀରେ ଛତିଶଗଡ ୭ଟି ବ୍ୟାରେଜ କରୁଥିବା ଜାଣିବାକୁ ପାଇଥିଲେ ବୋଲି ଉଲ୍ଲେଖ ରହିଛି। ତେବେ ଏହି ୭ଟି ବ୍ୟାରେଜରେ ବ୍ୟବହାର ହେବାକୁ ଥିବା ଜଳ ସମ୍ପର୍କରେ ଛତିଶଗଡ ସରକାର ଓଡ଼ିଶାକୁ ଅବଗତ କରି ନ ଥିବା ରାଜ୍ୟ ସରକାର ଲେଖିଛନ୍ତି। ଏଥିରେ ତନ୍ଦୁଲା ରିଜରଭଏର ଅଗ୍‌ମେଣ୍ଟେସନ ଯୋଜନାର ଡିପିଆରର ବି ତର୍ଜମା ଚାଲିଥିବା ଜଳ ସମ୍ପଦ ବିଭାଗ ଲେଖିଛି। ସେହିପରି ପାଏରୀ-ମହାନଦୀ ସଂଯୋଗୀକରଣ ଯୋଜନା ଅନ୍ତର୍ଗତ ହେବାକୁ ଥିବା ୪ଟି ଡ୍ୟାମ ଦ୍ୱାରା ରାଜ୍ୟର ହୀରାକୁଦ ଡ୍ୟାମ୍‌ ପ୍ରଭାବିତ ହେବ ବୋଲି ସରକାର ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ମହାନଦୀର ବନ୍ୟା ନିୟମନ୍ତ୍ରଣରେ ଏହି ପ୍ରକଳ୍ପର ଭୂମିକାକୁ ପ୍ରସଂଶା କରିଛନ୍ତି ରାଜ୍ୟ ସରକାର। ଏଠି ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର ୨୦୧୩ରୁ ଛତିଶଗଡ ନିର୍ମାଣ କରୁଥିବା ୭ଟି ବ୍ୟାରେଜ କଥା ଜାଣିଥିଲେ ତେବେ ଚୁପ ବସିଥିଲେ କାହିଁକି ? କେନ୍ଦ୍ର ଜଳ ଆୟୋଗ ବା କେନ୍ଦ୍ର ସରକାରଙ୍କ ପାଖରେ ଏହାର ପ୍ରତିବାଦ ନ କରି ସରକାର ଚୁପ ବସିବା ଅନେକ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଛତିଶଗଡ ଓଡ଼ିଶାକୁ ଅନ୍ଧାର ରଖି କେଲୋ  ଅର୍ପା-ଭାଇସାଝର ପରି ପ୍ରକଳ୍ପ କରୁଥିବା ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ଚିଠିର ସବୁ ଜାଣିଥିବା ଲେଖିବା ସରକାରଙ୍କ ଭୂମିକାକୁ ସନ୍ଦେହ ଭିତରକୁ ଠେଲି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story