ବଢ଼ିଚାଲିଛି ପାଶବିକତା, ଚାଲିପାରୁନି ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନରେ ବିଧାନସଭାରେ ହଙ୍ଗାମା ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଗତକାଲି ଭଳି ଆଜି ମଧ୍ୟ କଂଗ୍ରେସ ଓ ବିଜେପି ମିଳିତ ଭାବେ ସରକାରଙ୍କ ଉପରେ ହମ୍‌ଲା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ। କଂଗ୍ରେସ ଗୃହ କମିଟି ଗଠନ କରି ତଦନ୍ତ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ହୋହଲ୍ଲା […]

assembly-paralysed-over-growing-atrocities-against-women-in-the-state

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନରେ ବିଧାନସଭାରେ ହଙ୍ଗାମା ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଗତକାଲି ଭଳି ଆଜି ମଧ୍ୟ କଂଗ୍ରେସ ଓ ବିଜେପି ମିଳିତ ଭାବେ ସରକାରଙ୍କ ଉପରେ ହମ୍‌ଲା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ। କଂଗ୍ରେସ ଗୃହ କମିଟି ଗଠନ କରି ତଦନ୍ତ ଦାବି କରିଥିବା ବେଳେ ବିଜେପି ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ହଟ୍ଟଗୋଳ କରିଥିଲେ।

ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବୀ ହେବାରୁ ବାଚସ୍ପତିଙ୍କୁ ପୁଣି ସର୍ବଦଳୀୟ ବୈଠକ ଡାକିବାକୁ ପଡ଼ିଥିଲା। ଖାଲି ଗୃହ ଭିତରେ ନୁହେଁ, ବିଧାନସଭା ବାହାରେ ମଧ୍ୟ ରାଜ୍ୟ ସରକାରଙ୍କୁ ନିଶାନା କରିଛି କଂଗ୍ରେସ। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳ ନାରୀ ନିର୍ଯାତନାକୁ ନେଇ ଆସନ୍ତାକାଲି ୩ ଘଣ୍ଟା ପାଇଁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ କରିବ ବୋଲି କହିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ନାବାଳିକା ଦୁଷ୍କର୍ମ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।”

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, “ନାବାଳିକାମାନଙ୍କୁ ଦୁଷ୍କର୍ମ କରି ମାରି ଫିଙ୍ଗି ଦିଆଯାଉଛି। ଏହାକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ଗୃହରେ ମନ୍ତବ୍ୟ ନଦେବା ପର୍ଯ୍ୟନ୍ତ ଆମେ ବିରୋଧ କରିବୁ। ଦରକାର ପଡ଼ିରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।”

ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି-“ବିରୋଧୀଙ୍କ ଦାବିକୁ ବାଚସ୍ପତି ଶୁଣିଲେ। ଏପରିକି ରୁଲିଂ ଦେଲେ। ଏହା ସତ୍ତ୍ୱେ ଅନ୍ୟ ଆଳ ଦେଖାଇ ଗୃହକୁ ବନ୍ଦ ରଖିବା ଉଚିତ ନୁହେଁ।”

ଦୁଷ୍କର୍ମ ବଢ଼ିଥିବା ରିପୋର୍ଟ ଦେଲେ ଏଜି

ରାଜ୍ୟରେ ବଢି ଚାଲିଛି ଦୁଷ୍କର୍ମ ମାମଲା। ୨୦୧୬ରୁ ଲଗାତର ଭାବେ ଏହି ସଙ୍ଗିନ ଅପରାଧ ବଢୁଥିବା ଆକାଉଣ୍ଟାଣ୍ଟ ଜେନେରାଲ ନିଜ ଡ୍ରାଫ୍ଟ ରିପୋର୍ଟରେ ଦର୍ଶାଇଛନ୍ତି। ୨୦୧୬ ତୁଳନାରେ ଦୁଷ୍କର୍ମ ୧୭ ପ୍ରତିଶତ ବଢିଥିବା ଦର୍ଶାଯାଇଛି। ୨୦୧୬ରେ ରାଜ୍ୟରେ ଦୁଷ୍କର୍ମ ମାମଲା ୨ହଜାର ୧୪୪ ଥିବା ବେଳେ ୨୦୧୭ରେ ୨ହଜାର ୨ ଶହ ୨୧ ଓ ୨୦୧୮ରେ ୨ହଜାର ୫୦୨ରେ ପହଞ୍ଚିଛି। ପୁଲିସ ଆଧୁନିକୀକରଣ ପାଇଁ ରାଜ୍ୟ ୨୦୧୬ରୁ-୨୦୧୯ ମଧ୍ୟରେ ୧୩୫ କୋଟି ୩୨ ଲକ୍ଷ ଟଙ୍କା ପାଇଥିବା ବେଳେ ଓ ସେଥିରୁ ମାତ୍ର ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ଏଭଳି ଘୃଣ୍ୟ ଅପରାଧରେ ଲାଗୁନି ଅଙ୍କୁଶ। ପୁଲିସ ପାଇଁ ଯଥେଷ୍ଟ ଫଣ୍ଡ ଆସୁଥିଲେ ମଧ୍ୟ ଆଇନ ଶୃଙ୍ଖଳା କ୍ଷେତ୍ରରେ ଉନ୍ନତି ଘଟୁନାହିଁ ବୋଲି ଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିବା ସହ ସରକାର ଏହାକୁ ଗୁରୁତ୍ୱର ସହିତ ନେବାକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story