କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଆଜି ଏକ ଅଟୋ ଓଲଟି ପଡ଼ିବାରୁ ୧୫ରୁ ଅଧିକ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟା ଗୁରୁତର ହୋଇଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବଡ଼ନଈ ଗାଁର ୧୫ ଜଣ ମହିଳା ଶ୍ରମିକ ମାଙ୍କଡ଼ିଆ ଗାଁକୁ ବିଲ କାମ ପାଇଁ ଏକ ଅଟୋରେ ଯାଉଥିଲେ। ରିମୁଳି ବାଇପାସ୍ରେ ପୁଲିସ୍ ଗାଡ଼ି ଯାଞ୍ଚ କରୁଥିବା ଦେଖି ଅଟୋ ଡ୍ରାଇଭର୍ ଅପ୍ରସ୍ତୁତ ହୋଇପଡ଼ି ଯାଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଫେଲ୍ ମାରିଛି କି ପୁଲିସ: ମାସକରେ ୧୧୧ ହତ୍ୟା, ୯୨୫ ମହିଳା ନିର୍ଯାତନା ମାମଲା, ୨୦୨୪ରେ ବଢ଼ିଛି ୧୪ହଜାର ମାମଲା
୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଅପେକ୍ଷାକୃତ ୧୪୧୫୯ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି ।

Miscellaneous
2024ରେ ଓଡ଼ିଶାରୁ ସାଇବର ଠକ ଲୁଟିଛନ୍ତି 153.14 କୋଟି
2023 ବର୍ଷକୁ 2024 ସହ ତୁଳନା କଲେ, ମୋଟ ଆର୍ଥିକ ଠକେଇ ପରିମାଣ 79.66 କୋଟି ଟଙ୍କାରୁ 415.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Politics
ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଝଡ଼
ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ସରକାର ଓ ବିଜେପି ପାଇଁ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Politics
ନବୀନଙ୍କ ବହୁ କୋଟି ଟଙ୍କାର ଫାର୍ମହାଉସ୍: ପୁତୁରା-ଝିଆରୀଙ୍କୁ ଦେଲେନି, ଦକ୍ଷିଣ ଭାରତୀୟଙ୍କୁ କାହିଁକି ବିକିଦେଲେ, କ’ଣ କଲେ ଟଙ୍କା
ନିଜ ମା’ ଜ୍ଞାନ ପଟ୍ଟନାୟକଙ୍କଠୁ ପାଇଥିବା ହରିଆଣାର ସୋହନା ରୋଡ ଅନ୍ତର୍ଗତ ଟିକିରିଖେଡ଼ାସ୍ଥିତ ମୂଲ୍ୟବାନ ୨୨.୭ଏକର ଫାର୍ମହାଉସ୍କୁ ମଧ୍ୟ ବିକ୍ରି କରିଦେଇଛନ୍ତି । ନୂଆଦିଲ୍ଲୀଠୁ ମାତ୍ର ୩୫କିମି ଦୂରରେ ଥିବା ଏହି ମୂଲ୍ୟବାନ ଫାର୍ମହାଉସ ପାଖରେ ପୁତୁରା ଅରୁଣ ପଟ୍ଟନାୟକ ଓ ଝିଆରୀ ମାୟା ପଟ୍ଟନାୟକଙ୍କ ସମେତ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ସମ୍ପତ୍ତି ଥିଲେ ମଧ୍ୟ ସେମାନଙ୍କୁ କାଣିଚାଏ ବି ଦେଇନାହାନ୍ତି ନବୀନ ।