ସମ୍ବଲପୁର (ସଞ୍ଜୟ ଜେନା ): ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୋଦିପଡାରେ ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା଼ରୁ ସ୍ଥାନୀୟ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି । ଉକ୍ତ ଘରେ ଏକ ଶ୍ରମିକ ଦମ୍ପତି ସେମାନଙ୍କ ଛୁଆ ସହିତ ରହୁଥିଲେ। ହେଲେ ପ୍ରାୟ ୨ ଦିନରୁ ଊର୍ଦ୍ଧ୍ୱ ହେବ ଉକ୍ତ ଘରଟି ବନ୍ଦ ଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁଛି। ଅପରପକ୍ଷେ ଉକ୍ତ ଦମ୍ପତି ବାହାରକୁ କେଉଁଆଡ଼େ କାମ କରିବାକୁ ପଳାଇଛନ୍ତି, ନା ଉକ୍ତ ଘର ଭିତରେ ଅଛନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଏନେଇ ପଡୋଶୀ ଖବର ଦେବା ପରେ ଗତକାଲି ରାତିରେ ଘଟଣାସ୍ଥଳରେ ଟାଉନଥାନା ପୁଲିସ୍ ପହଞ୍ଚିଥିଲା । ହେଲେ ରାତି ହୋଇଥିବାରୁ ଘର ଖୋଲାଯାଇନଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ଘର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଟାଉନଥାନା ଅଧିକାରୀ। ଉଭୟ ଦମ୍ପତ୍ତିଙ୍କ ଖୋଜଖବର ମିଳୁ ନ ଥିବାରୁ ନାନା ଆଶଙ୍କା ପ୍ରକାଶ ପାଇଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।