ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବାରୁ ବଦ୍ରିନାଥ ଯାଇଥିବା ୩୨୦ ଓଡ଼ିଆ ଫସି ରହିଛନ୍ତି। ପ୍ରବଳ ବର୍ଷା ଓ ବିଷ୍ଣୁପ୍ରୟାଗଠାରେ ଭୂସ୍ଖଳନ ଯୋଗୁ ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ଠାରେ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଯୋଶୀମଠ ଓ ଗୋବିନ୍ଦ ଘାଟ ମଧ୍ୟରେ ପ୍ରାୟ ୩ ହଜାର ତୀର୍ଥଯାତ୍ରୀ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରେ ଏହି ୩୨୦ ଓଡ଼ିଆ ତୀର୍ଥଯାତ୍ରୀ ଅଛନ୍ତି। ଏହି ଯାତ୍ରୀମାନେ ଭଦ୍ରକ, ବଲାଙ୍ଗୀର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ହଟାଇବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ପ୍ରତିକୂଳ ପାଗ ଯୋଗୁ ରାସ୍ତା ସଫେଇ ଓ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Guest Column
କ’ଣ ଛଅଟା ଜାଗାରେ ଜନ୍ମ ହୋଇଥିଲେ ଭୀମ ଭୋଇ?
ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ବର୍ଷକୁ ନେଇ ନୂଆ ନୂଆ ବିବାଦ ସର୍ବଦା ଶୁଣିବାକୁ ମିଳେ। ନିକଟରେ ପ୍ରକାଶିତ ସେହିଭଳି ଏକ ଖବର ଅନୁସାରେ ଯଦି ବୌଦ୍ଧ ଜିଲ୍ଲା ଗୋପପୁର ଗ୍ରାମକୁ ଆଲୋଚନା ପରିସରକୁ ନିଆଯିବ ତେବେ ଏହା ତାଙ୍କର ଷଷ୍ଠ ଜନ୍ମସ୍ଥାନ ହେବ। ଏହା ପୂର୍ବରୁ ଭୀମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ପାଞ୍ଚଟି ସ୍ଥାନ ସମ୍ପର୍କରେ ବିଭିନ୍ନ ଗବେଷକ ଯୁକ୍ତି କରିଛନ୍ତି।

Miscellaneous
ଏକକାଳୀନ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୩୦ ଓଏଏସ୍ ଅଫିସର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ଏହି ଅଫିସରମାନଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ ହେବାନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

Guest Column
ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ସରକାର?
ଓଡ଼ିଶାରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଏବେ କୌଣସି ଦ୍ୱନ୍ଦ ନାହିଁ। ସେହି ଦୃଷ୍ଟିରୁ ଏହି ଶିକ୍ଷାନୀତି ବଳରେ ରାଜ୍ୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷା ବିକଶିତ ହେବ ଓ ସବୁ ଶ୍ରେଣୀର ଲୋକ ଗୁଣାତ୍ମକ ଶିକ୍ଷା ସବୁ ସ୍ତରରେ ପାଇବେ ସେନେଇ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କ ପକ୍ଷରୁ ଯେପରି ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ।

Politics
ସରକାରୀ ନିୟମକୁ ଫୁ’: ଓରେରାରେ ୭୦ବର୍ଷର କର୍ମଚାରୀଙ୍କୁ ପୁଣି ଥଇଥାନ, ସଚିବଙ୍କ କ୍ଷମତା ହ୍ରାସ
ସବୁ ନିୟମକୁ ଫୁ’ କରି ରାତାରାତି ଜଣେ ଷ୍ଟେନୋ ପାହ୍ୟା(ବ୍ୟକ୍ତିଗତ ସହାୟକ/ବ୍ୟକ୍ତିଗତ ସଚିବ)ର ୭୦ବର୍ଷ ବୟସ୍କ ଅବସରପ୍ରାପ୍ତ କର୍ମଚାରୀ କୈଳାସ ଚନ୍ଦ୍ର ଚୌଧୁରୀଙ୍କୁ ଗତ ମାର୍ଚ୍ଚ ୨୯ତାରିଖରେ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ଓରେରା)ରେ କନସଲଟାଣ୍ଟ ଭାବେ ଥଇଥାନ କରାଯାଇଛି ।