ମୃତ୍ୟୁ ପୂର୍ବରୁ ୩ ଷଡଯନ୍ତ୍ରକାରୀଙ୍କ ନାଁ କହିଗଲେ ଲୋକନାଥ

ବଳାଙ୍ଗୀର(ଘଟେଶ୍ୱର ମିଶ୍ର): ମୃତ୍ୟୁ ପୂର୍ବରୁ କହିଗଲେ ହତ୍ୟା ପଛରେ ଥିବା ଷଡଯନ୍ତ୍ରକାରୀର  ନାଁ । ଫଳରେ ପୁଲିସ୍‌ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି।  ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗତକାଲି ତାଙ୍କ ଘରେ ପଶି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ଲୋକନାଥ ୩ ଅଭିଯୁକ୍ତଙ୍କ ନାଁ କହିଯାଇଥିଲେ। ସେମାନେ ହେଲେ ବସୁ, ବଡ଼ ବୁଢ଼ା […]

Lokonath Biswal

Lokonath Biswal

Niharika Rout
  • Published: Tuesday, 29 March 2022
  • Updated: 29 March 2022, 12:23 PM IST

ବଳାଙ୍ଗୀର(ଘଟେଶ୍ୱର ମିଶ୍ର): ମୃତ୍ୟୁ ପୂର୍ବରୁ କହିଗଲେ ହତ୍ୟା ପଛରେ ଥିବା ଷଡଯନ୍ତ୍ରକାରୀର  ନାଁ । ଫଳରେ ପୁଲିସ୍‌ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରୁଛି।  ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗତକାଲି ତାଙ୍କ ଘରେ ପଶି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ଲୋକନାଥ ୩ ଅଭିଯୁକ୍ତଙ୍କ ନାଁ କହିଯାଇଥିଲେ। ସେମାନେ ହେଲେ ବସୁ, ବଡ଼ ବୁଢ଼ା ଓ ନିୟନ୍ତ । ପୂର୍ବରୁ ଲୋକନାଥଙ୍କର ସେମାନଙ୍କ ସହ ଶତ୍ରୁତା ଥିବା ବେଳେ ସେମାନଙ୍କ ଇସାରରେ ହିଁ ଗୁଳିମାଡ଼ କରାଯାଇଥିବା କହିଥିଲେ ଲୋକନାଥ । ଏହି ୩ ଜଣଙ୍କ ମଧ୍ୟରୁ ବସୁ ଓ ଗୁଳି ଚଳାଇଥିବା ୨ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି।

ସୂଚନା ଅନୁସାରେ ଗତକାଲି ୩ ଜଣ ଯୁବକ ଲୋକନାଥଙ୍କ ଘରକୁ ଆସି ତାଙ୍କ ସହ ହାତ ମିଳାଇ କଥା ହୋଇଥିଲେ । ଏହାପରେ ହଠାତ ତାଙ୍କ ଉପରକୁ ଗୁଳି କରିଥିଲେ । ଗୁଳିଟି ଲୋକନାଥଙ୍କ ବାମ ପାର୍ଶ୍ୱ ଛାତିରେ ବାଜିଥିବା ବେଳେ  ସେଠାରୁ ସେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବେଲପଡ଼ା ହସ୍ପିଟାଲକୁ ନିଆଯାଇଥିଲା ।  ହେଲେ ଏହା ପୂର୍ବରୁ ସେ ନିଜ ପରିବାର ସଦସ୍ୟଙ୍କୁ ବସୁ, ବଡ଼ ବୁଢ଼ା ଓ ନିୟନ୍ତଙ୍କ ନାଁ କହିଥିବା ବେଳେ ପରିବାର ଲୋକ ଏହାର ଭିଡିଓ କରିଥିଲେ। ଏହି ୩ ଜଣ ଗୁଳି ମାରିଥିବା ଯୁବକଙ୍କୁ ଠିକ୍‌ କରିବା ସହ ତାଙ୍କ ଘର ଦେଖାଇଥିବା କହିଥିଲେ ଲୋକନାଥ।  ଏହାପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଲୋକନାଥ ।

ପୁଲିସ୍‌ ଘଟଣାର ଖୋଳତାଡ଼ କରି ବସୁ ପ୍ରଧାନକୁ ବେଲପଡ଼ା ଥାନାରେ ଅଟକ ରଖି ପଚରାଉଚୁରା କରୁଛି।  ଗୁଳି କରି ଘଟଣାସ୍ଥଳରୁ ଏକ ବାଇକ୍‌ରେ ବାଇକ୍‌ରେ ଫେରାର ହୋଇ ଯାଇଥିଲେ ୩ ଜଣ ।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଲାଠୋର ପୁଲିସ୍‌ ଅଟକ ରଖି ଅଜଣା ଜାଗାରେ ପଚରାଉଚୁରା କରୁଛି।

ଲୋକନାଥଙ୍କ ମୃତଦେହ ବେଲପଡ଼ା ହସ୍ପିଟାଲରେ ଥିବା ବେଳେ ଆଜି ତାହାର ବ୍ୟବଚ୍ଛେଦ ହେବ । ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଲୋକନାଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କୁ ଦେଖିବାକୁ ମେଡିକାଲରେ ଅସମ୍ଭବ ଗହଳି ହେଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ସ୍ଥିତି ଉପରେ କଡ଼ା ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos