Advertisment

ପଥର କାରିଗରଙ୍କୁ କନ୍ଦେଇଲା କରୋନା

ସୋର(ନିରଞ୍ଜନ ବେହେରା): କରୋନା ସମୟରେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।  ଆଉ ମହାମାରୀ ଅଧିକାଂଶ ଲୋକଙ୍କ ଜୀବିକା ଛଡାଇ ନେଇଛି।  ବିଶେଷକରି ପଥରରେ ତିଆରି କରୁଥିବା ମୂର୍ତ୍ତି କାରିଗର ମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବିଶେଷ କରି  ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପଥର କାରିଗରମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସୋର ଅଞ୍ଚଳର କିଛି ଲୋକ ପଥର ମୂର୍ତ୍ତି ତିଆରି କରି ନିଜର […]

author-image
Tapas Behera
ଅଦ୍ୟତନ ହୋଇଛି
ପଥର କାରିଗରଙ୍କୁ କନ୍ଦେଇଲା କରୋନା

6hn

ସୋର(ନିରଞ୍ଜନ ବେହେରା): କରୋନା ସମୟରେ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି।  ଆଉ ମହାମାରୀ ଅଧିକାଂଶ ଲୋକଙ୍କ ଜୀବିକା ଛଡାଇ ନେଇଛି।  ବିଶେଷକରି ପଥରରେ ତିଆରି କରୁଥିବା ମୂର୍ତ୍ତି କାରିଗର ମାନଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବିଶେଷ କରି  ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ପଥର କାରିଗରମାନେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସୋର ଅଞ୍ଚଳର କିଛି ଲୋକ ପଥର ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି।

Advertisment

ପଥରରେ ସୁନ୍ଦର ମୂର୍ତ୍ତି ତିଆରି କରୁଥିବା ବେଳେ ଏହା ଜୀବନ୍ତ ଲାଗିଥାଏ। ମୂର୍ତ୍ତି ଗୁଡିକ ଅତ୍ୟନ୍ତ ସୁନ୍ଦର  ଲାଗିଥାଏ। ମୂର୍ତ୍ତି କାରିଗର ମାନଙ୍କ ନିହାଣ ମୁନରେ ସ୍ପର୍ଷ ପାଇ ପଥର ବି କଥା କହେ। ସୁନ୍ଦର ସୁନ୍ଦର ପଥର ମୂର୍ତ୍ତି ଗୁଡିକୁ କିଛି ଲୋକ ନିଜର ସଉକ ପାଇଁ ରଖିଥାନ୍ତି l କିନ୍ତୁ ମହାମାରୀ କରୋନା ପାଇଁ ସବୁକିଛି ବନ୍ଦ ହୋଇଯାଇଛି ।

ମୂର୍ତ୍ତି କାମ କରିବାକୁ ଆସୁଥିବା ଲୋକମାନେ ଅଧିକାଂଶ ସମୟରେ କାମ ନଥିବାରୁ ବହୁ ହଇରାଣ ହେଉଛନ୍ତି। କାରିଗର ମାନେ ମୂର୍ତ୍ତି ତିଆରି କରି ବାହାର ରାଜ୍ୟକୁ ପଠାଇ ଥାନ୍ତି। କିନ୍ତୁ ଲକଡାଉନ ଥିବାରୁ ସବୁ ବାଧା ସୃଷ୍ଟି ହୋଇଛି। ମୂର୍ତ୍ତି ତିଆରି ହେଉଥିବା ଜାଗାରେ କିଛି ସ୍ଥାନୀୟ ଲୋକେ କାମ କରି ବେଶ ଦୁଇ ପଇସା ଘରକୁ ନେଇ ଘର ଚଳାଇଥାନ୍ତି । କିନ୍ତୁ ଏବେ କରୋନା ମହାମାରୀ ସେମାନଙ୍କ ଆର୍ଥିକ ମେରୁ ଦଣ୍ଡକୁ ଦୋହଲାଇ ଦେଇଛି। ଯେହେତୁ ବାହାରକୁ ଆସିବାରେ କଟକଣା ରହିଛି ସେଥିପାଇଁ ଲୋକମାନେ କେହି କିଣାକିଣି ପାଇଁ ଆସୁନାହାନ୍ତି l

Advertisment

ପଥର କାରିଗର ସୋମାନାଥ ଉପାଧ୍ୟାୟ କହିଛନ୍ତି ଯେ, ମୁଁ ଏହି ବୃତ୍ତିରେ ୮-୯ ବର୍ଷ ହେଲା ରହିଛି।  ମୋର ଗୋଟିଏ ୟୁନିଟ ‘ଷ୍ଟୋନ୍ ଆର୍ଟ ଆଣ୍ଡ କ୍ରାଫ୍ଟ’ ରହିଛି। ଆମେ ପୂର୍ବରୁ ଭଲ ବ୍ୟବସାୟ କରୁଥିଲେ। ମୋ ପାଖରେ ୧୦-୧୨ ଜଣ ପିଲା ରହି କାମ କରୁଥିଲେ। ତାଙ୍କ ପରିବାର ଏଥିରୁ ଚଳୁଥିଲା। ହେଲେ ବର୍ଷେ ହେଲା ଆମ ଘରକୁ ପଇସା ଆସିବା ବନ୍ଦ ହୋଇଯାଛି। କରୋନା ପାଇଁ ଆମେ ସର୍ବଶ୍ୱାନ୍ତ ହୋଇଗଲୁ ବୋଲି ସେ କହିଛନ୍ତି।