ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ସଦର ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥରେ ଘଟିଛି।
ଅଁଳାବେରେଶୀ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ ଭରତ ଦେହୁରୀ ଓ ମହୁଲି ଅଞ୍ଚଳର ଦହିବରା ବ୍ୟବସାୟୀ ମୁରଲୀ ବିଶ୍ଵାଳ ବାଇକ୍ରେ ଯାଉଥିଲେ। ତେବେ ୫ ନମ୍ୱର ଜାତୀୟ ରାଜପଥର ଗୋବିନ୍ଦପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍, ବାଇକ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏବେ କିନ୍ତୁ ପରିସ୍ଥିତି ସ୍ୱଭାବିକ ରହିଛି। ଗାଡ଼ି ମୋଟର ଯିବାଆସିବା କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Accident
ଗାଡ଼ି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର: ବାଇକ୍ ଆରୋହୀ ମୃତ, ପୁଲିସ୍ କର୍ମଚାରୀ ଗୁରୁତର
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Crime
ଜେଡ୍ ଇଷ୍ଟେଟ୍ ମାଲିକଙ୍କ ବୟାନ ପରେ ସତ ଖୋଲିଲା ଇଡି: ଜବତ ହୋଇଛି ୧.୩୯କୋଟି ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ
ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି ।