ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବରଗଡ଼: ବରଗଡ଼ ଜିଲ୍ଲାରେ ଲାଲବାହିନୀ ସକ୍ରିୟ ଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଜିଲ୍ଲାର ପାଇକମାଲ ଗନ୍ଧମାର୍ଦ୍ଧନ ପାହାଡ଼ ଉପରେ କ୍ୟାମ୍ପ କରି ମାଓବାଦୀମାନେ ରହୁଥିବାବେଳେ ବରଗଡ ପୋଲିସ ଏହି କ୍ୟାମ୍ପକୁ ଠାବ କରିଛି। ଏସ୍‌ପି ବି.ଜୁଗଲକିଶୋରଙ୍କ ନିର୍ଦ୍ଦେଶରେ ଏହି ପାହାଡ଼ରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ଗନ୍ଧମାର୍ଦ୍ଧନ ପାହାଡ଼ର ମର୍ଯ୍ୟାଦାପାଲି ଗାଁ ନିକଟରେ ଥିବା କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି। ଟିିଫିନ୍‌ବୋମା, ହାତବୋମା, ଗନ୍ ପାଉଡର, ବିଦ୍ୟୁତ୍‌ ତାର, କିଛି କେମିକାଲ୍, ମାଓ ପୁସ୍ତିକା, ପୋଷାକ ଓ ପୋଷ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।</p> <p>ଡିଭିଏଫ୍‌ ଓ ସିଆର୍‌ପିଏଫ୍‌ ଟିମ୍ ଏସବୁ ସାମଗ୍ରୀକୁ ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପଡ଼ୋଶୀ ଛତିଶଗଡ଼ର ସୁକ୍‌ମା ଅଞ୍ଚଳରେ ବ୍ୟାପକ କମ୍ବିଂ ଚାଲିଥିବାରୁୂ ମାଓବାଦୀମାନେ ଗନ୍ଧମାର୍ଦ୍ଧନ ପାହାଡ଼କୁ ଖସି ଅାସିଥିବା ଅନୁମାନ କରାଯାଉଛି। ତେବେ କମ୍ବିଂକୁ ଜୋରଦାର କରାଯିବ ବୋଲି କହିଛନ୍ତି ପଦ୍ମପୁର ଏସ୍‌ଡିପିଓ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।