ଭିଜିଲାନ୍ସ ଜାଲରେ ଡିଏଫ୍ଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ସିଟି ଡିଭିଜନ ଡିଏଫ୍ଓ ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ ଆଜି ସକାଳେ  ଭିଜିଲାନ୍ସ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ଟିମ୍ ଡିଫଓଙ୍କ ଭୁବନେଶ୍ୱର ସହିଦ ନଗରସ୍ଥିତ ଅଫିସ, ଓଲ୍ଡ ଟାଉନରେ ଥିବା ବାସଭବନ, ନିମାପଡ଼ା ପାଟପୁରରେ ଥିବା ଘର ଓ ନରସିଂହପୁରର କାନପୁରରେ ଥିବା ଘରେ ଏକକାଳୀନ ଏହି ଚଢ଼ାଉ କରିଛି।