ଥମୁନି ଚାଷୀ ଆତ୍ମହତ୍ୟା: ବିଷ ପିଇଲେ ଆଉ ଜଣେ ଚାଷୀ

ବ୍ରହ୍ମପୁର: ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗାଁରେ। ମୃତ ଚାଷୀଙ୍କ ନାଁ ରାଜେନ୍ଦ୍ର ଭୂୟାଁ। ଫସଲ ନଷ୍ଟ ଯୋଗୁଁ ରାଜେନ୍ଦ୍ର ବିଷ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାଜେନ୍ଦ୍ର କୌଣସି ବ୍ୟାଙ୍କରୁ ଋଣ କରି ନ ଥିଲେ ମଧ୍ୟ ଅନେକ ଟଙ୍କା ହାତ ଉଧାରି କରିଥିଲେ। ତେଣୁ ଫସଲ ନଷ୍ଟ ପରେ ଋଣ ଟଙ୍କା ଶୁଝିବା ଚିନ୍ତାରେ ସେ ଚାପରେ ରହିଥିଲେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୫ ଦିନ ତଳେ ବଲାଙ୍ଗିର ସଦର ବ୍ଲକ ସେମିଲିଆ ଗାଁରେ ଚାଷୀ ରାଧାକାନ୍ତ ସୁନା ବିଷ ପିଇଥିବା ଅଭିଯୋଗ ହୋଇଥିଲା। ଋଣ ଭାର ସହିନପାରି ସେ ବିଷ ପିଇଥିବା ପରିବାର ଲୋକେ କହିଥିଲେ।

Ordigital Desk
• Published: Saturday, 18 November 2017
• Updated: 18 November 2017, 10:29 AM IST

Sports

Latest News

ବ୍ରହ୍ମପୁର: ରାଜ୍ୟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗାଁରେ। ମୃତ ଚାଷୀଙ୍କ ନାଁ ରାଜେନ୍ଦ୍ର ଭୂୟାଁ। ଫସଲ ନଷ୍ଟ ଯୋଗୁଁ ରାଜେନ୍ଦ୍ର ବିଷ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାଜେନ୍ଦ୍ର କୌଣସି ବ୍ୟାଙ୍କରୁ ଋଣ କରି ନ ଥିଲେ ମଧ୍ୟ ଅନେକ ଟଙ୍କା ହାତ ଉଧାରି କରିଥିଲେ। ତେଣୁ ଫସଲ ନଷ୍ଟ ପରେ ଋଣ ଟଙ୍କା ଶୁଝିବା ଚିନ୍ତାରେ ସେ ଚାପରେ ରହିଥିଲେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୫ ଦିନ ତଳେ ବଲାଙ୍ଗିର ସଦର ବ୍ଲକ ସେମିଲିଆ ଗାଁରେ ଚାଷୀ ରାଧାକାନ୍ତ ସୁନା ବିଷ ପିଇଥିବା ଅଭିଯୋଗ ହୋଇଥିଲା। ଋଣ ଭାର ସହିନପାରି ସେ ବିଷ ପିଇଥିବା ପରିବାର ଲୋକେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos