ଜୁଆ ଆଡ୍ଡା ଉପରେ ଚଢ଼ଉ; ୯୫ ଗିରଫ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ପୁଲିସ୍‌ ଚଢ଼ଉ କରି ୯୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୪ଲକ୍ଷ ୨୪ହଜାର ଟଙ୍କା ଓ ୨୫ରୁ ଅଧିକ ମୋବାଇଲ ଜବତ କରାଯାଇଛି। ବ୍ରହ୍ମପୁର ଗୋଷାଣି ନୂଆଗାଁ ଥାନା ପକ୍ଷରୁ ପ୍ରଥମେ ଶାସ୍ତ୍ରୀ ନଗରର ଏକ ସ୍ଥାନରେ ପୁଲିସ୍‌ ଚଢ଼ଉ କରିଥିଲା। ସେଠାରୁ ୧୨ଜଣଙ୍କୁ ଗିରଫ କରାଯିବା ସହିତ ୭୦ହଜାର ଟଙ୍କା ସହ ୬ଟି ମୋବାଇଲ୍‌ ଜବତ କରାଯାଇଛି।  ପରେ […]

assrest

assrest

Jyoshna Pradhan
  • Published: Sunday, 13 October 2019
  • Updated: 13 October 2019, 11:45 AM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଗତକାଲି ରାତିରେ ପୁଲିସ୍‌ ଚଢ଼ଉ କରି ୯୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୪ଲକ୍ଷ ୨୪ହଜାର ଟଙ୍କା ଓ ୨୫ରୁ ଅଧିକ ମୋବାଇଲ ଜବତ କରାଯାଇଛି।

ବ୍ରହ୍ମପୁର ଗୋଷାଣି ନୂଆଗାଁ ଥାନା ପକ୍ଷରୁ ପ୍ରଥମେ ଶାସ୍ତ୍ରୀ ନଗରର ଏକ ସ୍ଥାନରେ ପୁଲିସ୍‌ ଚଢ଼ଉ କରିଥିଲା। ସେଠାରୁ ୧୨ଜଣଙ୍କୁ ଗିରଫ କରାଯିବା ସହିତ ୭୦ହଜାର ଟଙ୍କା ସହ ୬ଟି ମୋବାଇଲ୍‌ ଜବତ କରାଯାଇଛି।  ପରେ ବଡ଼ବଜାର ଥାନା ଶାନ୍ତି ନଗରରେ ଚଢଉ କରି ୧୧ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ପୁଲିସ ଏକ ଲକ୍ଷ ୧୧ହଜାର ଟଙ୍କା ସହ ୧୦ଟି ମୋବାଇଲ ଜବତ କରିଛି। ପରେ ପୁଲିସ୍‌ ରାତିରେ ଆଉ  ୮ଟି ସ୍ଥାନରେ ଚଢଉ କରିଥିଲା।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ନେଇ ପ୍ରାୟ ୩୦ରୁ ଅଧିକ ମାମଲା ରୁଜୁ ହୋଇଛି।  ଏଥିସହ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos