ଭବାନୀପାଟଣା: କୃଷିବୀମା ପ୍ରଦାନ ଦାବିରେ ରାସ୍ତାରୋକ

ଭବାନୀପାଟଣା: କୃଷିବୀମା ପ୍ରଦାନ ଦାବିରେ ଭାନପୁର ପଞ୍ଚାୟତର ଲୋକେ ଭବାନୀପାଟଣା-ମଦନପୁର ରାମପୁର ରାସ୍ତା ଅବରୋଧ କରିଛନ୍ତି। ୨୦୧୫-୧୬ ବର୍ଷର କୃଷିବୀମା ପଞ୍ଚାୟତବାସୀଙ୍କୁ ଦିଆଯାଇ ନ ଥିବା ଅଭିଯୋଗରେ ଏପରି ରାସ୍ତାରୋକ କରାଯାଇଛି।

ଏ ନେଇ ପୂର୍ବରୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛୁ ବୋଲି ଅଞ୍ଚଳର ଚାଷୀ କହିଛନ୍ତି।