ଭୁବନେଶ୍ୱର ବିମାନବନ୍ଦରକୁ ଜମି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରର ସଂପ୍ରସାରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି ସ୍ଥାନର ଅଭାବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ତିନିଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ନୁହେଁ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ତେଣୁ ଏଥିପାଇଁ ଚତୁର୍ଥ ସ୍ଥାନ ସ୍ଥିର କରାଯାଉଛି ବୋଲି ଶ୍ରୀ ପୁରୀ କହିଛନ୍ତି। ସାଧାରଣତଃ ଗୋଟିଏ ବିମାନ ବନ୍ଦରର ୧୫୦ କିଲୋମିଟର ପରିଧି ମଧ୍ୟରେ ନୂଆ ଗ୍ରୀନ୍‌ ଫିଲ୍‌ଡ୍‌ […]

Flight-service-from-Jharsuguda-resumes-as-three-flights-take-off-vss-airport1

Flight-service-from-Jharsuguda-resumes-as-three-flights-take-off-vss-airport1

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରର ସଂପ୍ରସାରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି ସ୍ଥାନର ଅଭାବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ତିନିଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ନୁହେଁ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ। ତେଣୁ ଏଥିପାଇଁ ଚତୁର୍ଥ ସ୍ଥାନ ସ୍ଥିର କରାଯାଉଛି ବୋଲି ଶ୍ରୀ ପୁରୀ କହିଛନ୍ତି।

ସାଧାରଣତଃ ଗୋଟିଏ ବିମାନ ବନ୍ଦରର ୧୫୦ କିଲୋମିଟର ପରିଧି ମଧ୍ୟରେ ନୂଆ ଗ୍ରୀନ୍‌ ଫିଲ୍‌ଡ୍‌ ଏୟାରପୋର୍ଟ କରାଯାଏ ନାହିଁ। କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ସୁବିଧା ସୁଯୋଗର ଅଭାବ ରହିଥିବାରୁ ଏନେଇ ବିଚାର କରାଯାଉଛି। ଏଥିସହ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ସଂଖ୍ୟା ୩୦ ପ୍ରତିଶତ, ଯାତ୍ରୀ ସଂଖ୍ୟା ୨୫ ପ୍ରତିଶତ ଓ କାର୍ଗୋ ୨୪ ପ୍ରତିଶତ ବୃଦ୍ଧି ପାଇଥିବା ଶ୍ରୀ ପୁରୀ କହିଛନ୍ତି।

ଆଜି ପ୍ରଶ୍ନକାଳରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୁବନେଶ୍ୱର ବିମାନ ବନ୍ଦରର ଆଧୁନିକୀକରଣ ଓ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନେଇ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଏହି ପ୍ରତିଉତ୍ତର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos