ନଦୀ ଓ ବନ୍ଧ ଯାଂଚ କମିଟିରେ ସ୍ଥାନୀୟ ଲୋକ, ବିଡିଓ ଓ ଥାନା ଅଧିକାରୀ ବି ରହିବେ

ରାଜ୍ୟ ସରକାର ସମସ୍ତ ନଦୀ ଓ ବନ୍ଧର ଯାଂଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

river embarkment PhotoOR

representational image

Ordigital Desk
  • Published: Monday, 17 April 2023
  • Updated: 17 April 2023, 10:27 PM IST

Sports

Latest News

ରାଜ୍ୟ ସରକାର ସମସ୍ତ ନଦୀ ଓ ବନ୍ଧର ଯାଂଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ମୌସୁମୀ ପୂର୍ବରୁ ଚଳିତମାସ ୨୪ତାରିଖରୁ ମେ’ ୪ତାରିଖ ମଧ୍ୟରେ ଉଚ୍ଚସ୍ତରୀୟ କମିଟି ସହାୟତାରେ ଏହି ଯାଂଚ କାର୍ଯ୍ୟକ୍ରମ ହେବ । ଏଥିପାଇଁ ଜଳସମ୍ପଦ ବିଭାଗର ସମସ୍ତ କାର୍ଯନିର୍ବାହୀ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରମାନଙ୍କୁ ବନ୍ଧୱାରି ତଥ୍ୟ ପ୍ରସ୍ତୁତ କରି ନିଜ ନିଜ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଏସପି, ଉପଜିଲ୍ଲାପାଳ, ଆଇଆଇସି, ବିଡିଓ ଓ ତହସିଲଦାରଙ୍କୁ ଦେବା ସହ ସେମାନଙ୍କୁ ଏହି ଯାଂଚ ପ୍ରକ୍ରିୟାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କ ଦ୍ୱାରା ତାରିଖ ଧାର୍ଯ୍ୟ କରାଯିବା ପରେ ନଦୀ ବନ୍ଧ ଯାଂଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମଥର ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ନଦୀ ବନ୍ଧ ଯାଂଚ ପ୍ରକ୍ରିୟାରେ ନଦୀ କୂଳ ନିକଟସ୍ଥ ସାଧାରଣ ଲୋକ, ପଂଚାୟତ ଅଧିକାରୀ, ଆରଆଇ ଆଦିଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ଜଳସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଆଜି ଜାରି ସର୍କୁଲାର ଅନୁସାରେ ଆସନ୍ତା ୨୪ରୁ ମେ’ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବା ନଦୀଗୁଡ଼ିକର ସ୍ୱାସ୍ଥ୍ୟ ଯାଂଚ ସହ ନଦୀ ବନ୍ଧଗୁଡ଼ିକ ସ୍ଥିତି ଆକଳନ କରାଯିବ । ଜଳସମ୍ପଦ ବିଭାଗର ଜେଇ, ଅତିରିକ୍ତ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଞ୍ଜିନିୟର ଆଦିଙ୍କୁ ସେମାନଙ୍କ ଅଂଚଳରେ ଥିବା ଶତପ୍ରତିଶତ ନଦୀ ବନ୍ଧ ପରିକ୍ରମା କରିବାକୁ ତାଗିଦ୍ ହୋଇଛି । ଏହି ଯନ୍ତ୍ରୀମାନେ ନିଜ ପାଦରେ ହେଉ ଅବା ଦୁଇଚକିଆ ଯାନରେ ଯାଇ ଏହି ନଦୀ ବନ୍ଧଗୁଡ଼ିକର ସରଜମିନ୍ ଯାଂଚ କରିବେ । ଆଉ ଜିଲ୍ଲାସ୍ତରରେ ଥିବା ଏକଜ୍ୟୁକିଟିଭ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଅତିରିକ୍ତ ଚିଫ ଇଞ୍ଜିନିୟର ନିଶ୍ଚିତ ଭାବେ ସେମାନଙ୍କ ଅଧୀନରେ ଥିବା ନଦୀ ବନ୍ଧର ୫୦ ପ୍ରତିଶତ ବନ୍ଧ ଓ ଶତପ୍ରତିଶତ ସମ୍ବେଦନଶୀଳ ବନ୍ଧକୁ ବୁଲି ଦେଖିବେ । ବିଭାଗୀୟ ଚିଫ ଇଞ୍ଜିନିୟରଙ୍କୁ ସମ୍ବେଦନଶୀଳ ନଦୀ ବନ୍ଧର ୨୫ ପ୍ରତିଶତ ଭାଗ ଯାଂଚ କରିବାକୁ କୁହାଯାଇଛି ।

Also Read

ଏହି ମିଳିତ ଯାଂଚ ରିପୋର୍ଟରେ ବନ୍ଧଗୁଡ଼ିକର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିବା ସହ ସେହି ନିର୍ଦ୍ଧାରିତ ଫର୍ମାଟରେ ପୂରଣ ହୋଇଥିବା ତଥ୍ୟକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମୋଦନରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପାଖରେ ମେ’ ୧୫ତାରିଖ ସୁଦ୍ଧା ଦାଖଲ କରବାକୁ କୁହାଯାଇଛି ।

ତେବେ ନଦୀବନ୍ଧ ସ୍ଥିତି ଯାଂଚ ପ୍ରକ୍ରିୟାରେ ନଦୀ କୂଳ ଲୋକଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ଆନୁଷ୍ଠାନିକ ଭାବେ ସାମିଲ କରିବାକୁ ରାଜ୍ୟ ସରକାର ପ୍ରଥମଥର ପାଇଁ  ପଦକ୍ଷେପ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story