ବିଜେପୁର ବାଜି: ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ପାଣିଗ୍ରାହୀ

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ଜୋର ଧରିଲା ନିର୍ବାଚନୀ ତାତି। ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ। ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପଦ୍ମପୁର ଗୋରୁ ମାର୍କେଟ ପଡ଼ିଆରେ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ଦଳର ରାଜ୍ୟ […]

bijepur poll ashok panighary submit nomination

bijepur poll ashok panighary submit nomination

Rakesh Mallick
  • Published: Friday, 02 February 2018
  • Updated: 02 February 2018, 06:07 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ଜୋର ଧରିଲା ନିର୍ବାଚନୀ ତାତି। ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ। ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପଦ୍ମପୁର ଗୋରୁ ମାର୍କେଟ ପଡ଼ିଆରେ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ସେନା ଅଭିନେତା ମିହିର ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

ଅଶୋକ ପାଣିଗ୍ରାହୀ କହିଛନ୍ତି-“ବିଜେପୁରରେ ଜଳ ସେଚନ ବ୍ୟବସ୍ଥା ନାହିଁ। ଯାହାଦ୍ୱାରା ଚାଷ ଉଜୁଡ଼ି ଯାଉଛି। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ବାଧ୍ୟହୋଇ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏପରି ସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କୁ ସହାୟତାର ହାତ ବଢ଼ାଇବା ପରିବର୍ତ୍ତେ ସମାଲୋଚନା କରୁଛି। ରାଜ୍ୟ ସରକାରଙ୍କ ଏପରି ଉଦ୍ୟମ ବିରୋଧରେ ମୁଁ ଲଢ଼େଇ ଜାରି ରଖିଛି।”

ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ କହିଛନ୍ତି-“ପ୍ରାର୍ଥିପତ୍ର ଦାଖଲ ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ୱି’ଗୁଣା ବଢ଼ି ଯାଇଛି। ନିର୍ବାଚନରେ ପୁରା ଦମ୍‌ରେ କର୍ମୀ ଲାଗି ପଡ଼ିବେ। ବିଜେପୁରରୁ ହିଁ ବିଜେପିର ବିଜୟ ଯାତ୍ରା ଆରମ୍ଭ ହେବ।”

ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି-“କେନ୍ଦ୍ର ସରକାରଙ୍କ ବିକାଶ ମୂଳକ ଓ ଲୋକାଭିମୁଖୀ ଯୋଜନାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଏହା ଆଗାମୀ ଦିନରେ ନିଶ୍ଚିତ ସଫଳ ହେବୁ। ଆଜି ପ୍ରାର୍ଥିପତ୍ର ଦାଖଲ ସମୟରେ ଜନ ସମାଗମରୁ ଏହା ସ୍ପଷ୍ଟ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos