ବିଜେପୁର ବାଜି: ଶତ୍ରୁର ଅସ୍ତ୍ରରେ ଶତ୍ରୁ ସହ ଲଢେଇ !

ଭୁବନେଶ୍ୱର (ତାପସ ରଞ୍ଜନ ବେହେରା): ବିଜେପୁର। ପଶ୍ଚିମ ଓଡ଼ିଶାର ଏକ ଅବହେଳିତ, ଅଜଣା ଅଶୁଣା ଅଞ୍ଚଳଟିଏ। ଏହି ବିଜେପୁରକୁ ନେଇ ଯେଉଁ ବାଜା ବାଜୁଛି ତାହା ସାରା ରାଜ୍ୟରେ କମ୍ପମାନ ସୃଷ୍ଟି କରୁଛି। ଓଡ଼ିଶାର ପୁରପଲ୍ଲୀରୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଚହଳ ସୃଷ୍ଟି କରୁଛି ବିଜେପୁର ଉପନିର୍ବାଚନ। ସତେ ଯେମିତି ଏକ ବ୍ରାଣ୍ଡରେ ପରିଣତ ହୋଇଛି ବିଜେପୁର। ଆଉ ବରଗଡ଼ ଜିଲ୍ଲାର ଏହି ନିର୍ବାଚନମଣ୍ଡଳୀକୁ ନେଇ ରାଜନୈତିକ ପରିସ୍ଥିତି ଯେଭଳି ଡ୍ରାମାଟିକ୍‌ ମୋଡ଼ ନେଲା ତାହା ବଲିଉଡର […]

bijepur UP

bijepur UP

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 09:28 PM IST

Sports

Latest News

ଭୁବନେଶ୍ୱର (ତାପସ ରଞ୍ଜନ ବେହେରା): ବିଜେପୁର। ପଶ୍ଚିମ ଓଡ଼ିଶାର ଏକ ଅବହେଳିତ, ଅଜଣା ଅଶୁଣା ଅଞ୍ଚଳଟିଏ। ଏହି ବିଜେପୁରକୁ ନେଇ ଯେଉଁ ବାଜା ବାଜୁଛି ତାହା ସାରା ରାଜ୍ୟରେ କମ୍ପମାନ ସୃଷ୍ଟି କରୁଛି। ଓଡ଼ିଶାର ପୁରପଲ୍ଲୀରୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଚହଳ ସୃଷ୍ଟି କରୁଛି ବିଜେପୁର ଉପନିର୍ବାଚନ। ସତେ ଯେମିତି ଏକ ବ୍ରାଣ୍ଡରେ ପରିଣତ ହୋଇଛି ବିଜେପୁର। ଆଉ ବରଗଡ଼ ଜିଲ୍ଲାର ଏହି ନିର୍ବାଚନମଣ୍ଡଳୀକୁ ନେଇ ରାଜନୈତିକ ପରିସ୍ଥିତି ଯେଭଳି ଡ୍ରାମାଟିକ୍‌ ମୋଡ଼ ନେଲା ତାହା ବଲିଉଡର କୌଣସି ଦମଦାର ସିନେମାଠାରୁ କମ୍ ନୁହେଁ। ଯଦି କାହାଣୀର ମୁଖ୍ୟ ଚରିତ୍ର ହେଲେ ସୁବଳ ସାହୁ। ତାଙ୍କ ମୃତ୍ୟୁରୁ ହିଁ କାହାଣୀର ସୂତ୍ରପାତ।

ସୁବଳଙ୍କ ଦେହାନ୍ତ ପରେ ବିଜେପୁରରେ ଉପନିର୍ବାଚନ ହେଉଛି। ଆସନ୍ତା ୨୪ ତାରିଖରେ ଭୋଟ। ସେଥିପାଇଁ ଏତେ ନାଟ। ସମ୍ପୂର୍ଣ୍ଣ କାହାଣୀରେ ବିଜେଡି ଯେଉଁ ଢଙ୍ଗରେ ଗୋଟିଚାଳନା କଲା, ସେଥିରେ ବେଶୀ ଘାଇଲା ହେଲା ବିରୋଧୀ। ମୁଖ୍ୟତଃ କଂଗ୍ରେସର ଲାଭକୁ ହରଣ କରିନେଲା ବିଜେଡି। କଂଗ୍ରେସର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁଜନିତ ଅନୁକମ୍ପାକୁ, ଶଙ୍ଖ ଦଳ କଳେବଳେ ଛଡ଼ାଇ ନେଇ, ହାତକୁ ଏକ ପ୍ରକାର ଦୁର୍ବଳ କରିଦେଇଛି । ଅଗଷ୍ଟ ୨୨ରେ ସୁବଳ ସାହୁଙ୍କ ମୃତ୍ୟୁର ମାସକ ପରେ ସେପ୍ଟମ୍ୱେର ୨୩ରେ ବିଜେଡି ତାଙ୍କ ପରିବାରକୁ କବ୍‌ଜା କରିନେଲା। ସୁବଳଙ୍କ ପତ୍ନୀ ରୀତା ସାହୁ ଏବଂ ତାଙ୍କ ପରିବାର ଆସି ନବୀନ ନିବାସରେ ଦଳରେ ସାମିଲ ହେଲେ। ଯେଉଁ ସୁବଳଙ୍କ ପରିବାର ବିଜେଡି ପାଇଁ ବୈରୀ ଥିଲା, ସେ ବର୍ତମାନ ବନ୍ଧୁ। ଖାଲି ସେତିକି ନୁହେଁ, ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲା ପରିଷଦରେ ବାଜି ହାରିଥିବା ବିଜେଡି, ସୁବଳ ସାହୁଙ୍କ ପତ୍ନୀଙ୍କୁ ଆଣି ଦଳରେ ସାମିଲ କରି ଉପନିର୍ବାଚନରେ ବଦ୍‌ଲା ନେବା ଲକ୍ଷ୍ୟରେ ରହିଛି।

ଯଦି ରାଜନୈତିକ ଇତିହାସକୁ ଦେଖାଯାଏ, ବିଜେପୁର ହେଉଛି କଂଗ୍ରେସର ଦୁର୍ଗ। ଏଠି ଅବଶ୍ୟ ବିଜେଡି ଗଠନ ହେବା ପୂର୍ବରୁ ଜନତା ଦଳର ପତିଆରା ଥିଲା। କିନ୍ତୁ ବିଜେଡି ଗଠନ ହେବା ପରେ ଏଠି କେବେ ଶଙ୍ଖଧ୍ୱନୀ ଶୁଭିନାହିଁ। ଗତ ନିବାର୍ଚନରେ ବିଜେଡିର ବିଜୟ ରଥ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଥିଲା ବେଳେ, ବିଜେପୁରରେ ସୁବଳ ଏହାକୁ ଅଟକାଇବାରେ ସଫଳ ହୋଇଥିଲେ। ସୁବଳ ଏଠି ୩ଥର କଂଗ୍ରେସ ଟିକେଟରେ ଜିତିଛନ୍ତି। ୨୦୦୪, ୨୦୦୯ ଏବଂ ୨୦୧୪। ସେଥିପାଇଁ ବିଜେପୁରକୁ କୁହାଯାଏ କଂଗ୍ରେସର ଗଡ଼। ତେଣୁ ସୁବଳଙ୍କ ପରେ ବି ଶତ୍ରୁ ସହ ଲଢେଇ ପାଇଁ କଂଗ୍ରେସ ପାଇଁ ଦୁଇଟି ଅସ୍ତ୍ର ଥିଲା। ଗୋଟିଏ, ପୁରୁଣା ରେକର୍ଡ, ଆରଟି ହେଲା ସୁବଳଙ୍କ ଦେହାନ୍ତ ଜନିତ ଅନୁକମ୍ପା।  ହେଲେ ବିଜେଡି ସେତକ ଛଡ଼େଇ ନେଲା। ସୁବଳଙ୍କ ପତ୍ନୀଙ୍କୁ ଦଳରେ ମିଶାଇ ତାଙ୍କୁ ଟିକେଟ ଦେଇ ଦେଲା। ଆଉ ଶତ୍ରୁର ଅସ୍ତ୍ରକୁ ନେଇ ସେହି ଅସ୍ତ୍ର ଏବେ ବିରୋଧୀ କଂଗ୍ରେସ ବିରୋଧରେ ବ୍ୟବହାର କରିବାର ଖେଳ ବିଜେଡି ଖେଳିଦେଲା। ଏସବୁ ନିଶ୍ଚିତ ଦୁର୍ବଳ କଂଗ୍ରେସ ନେତୃତ୍ୱର ପରିଚାୟକ। ପିସିସି ଚୌକି ପାଇଁ ଲଢ଼େଇ ଚାଲିଥିବା ବେଳେ, ସେପଟେ ଫାଇଦା ନେଇଗଲା ବିଜେଡି। ଏବେ କଂଗ୍ରେସ ପ୍ରାର୍ଥୀ କରିଛି ପ୍ରଣୟ ସାହୁ। ବିଭିନ୍ନ କାରଣରୁ ଏଥର ଉପନିର୍ବାଚନରେ ଦଳ ବାଜି ମାରିବା ଅଶା କମ୍‌। ଚର୍ଚ୍ଚା ହେଉଛି, କେବଳ ଅସ୍ତିତ୍ୱ ରକ୍ଷା ପାଇଁ ଦଳ ଲଢେଇ କରିବ।

ନିର୍ବାଚନ ରଣନୀତି ତିଆରି କରିବାରେ ବହୁ ଆଗରେ ରହିଛି ବିଜେଡି। ଦଳ ଏବେ ଶାସନ ଗାଦିରେ ବସିଛି। ତେଣୁ ନିବାର୍ଚନ ଜିତିବା ପାଇଁ ବଳ ଓ କୌଶଳ ବିନିଯୋଗ କରିବାକୁ ବି ପଛାଉନି। କାରଣ ସୁବଳ ବିଧାୟକ ଥିଲାବେଳେ ଯେତିକି କାମ କରିପାରି ନଥିଲେ, ତାଙ୍କ ମୃତ୍ୟୁର କେଇଟା ଦିନ ଭିତରେ, ନିଜ ପ୍ରଶାସନକୁ ଲଗାଇ, ତାହା ପୂରଣ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା କେବଳ ନିର୍ବାଚନକୁ ଆଖିରେ ରଖି। ବିଜେପୁରକୁ ହଠାତ୍ ଏନଏସି ଘୋଷଣା କରି ଦିଆଗଲା। ମେଗା ୱାଟର ପ୍ରୋଜେକ୍ଟ ଦିଆଗଲା। କିନ୍ତୁ ରାଜନୈତିକ ପଣ୍ଡିତଙ୍କ ଆକଳନ ହେଲା, ଭୋଟର ଖୁବ ଚତୁର। ସେମାନଙ୍କୁ ମନେଇବା ପାଇଁ ବିଜେଡିର ଏ ଥୋପ ତତ୍‌କ୍ଷଣାତ ଲାଭ ଦେଇ ନପାରେ। ତେଣୁ ଦୀର୍ଘମିଆଦୀ ଲାଭ ପାଇଁ ବିଜେଡିର ଏ ସୁଚିନ୍ତିତ ରୋଡ଼୍ ମ୍ୟାପ। ରାଜନୈତିକ ଗୋଟି ଚଳାନା କରି ବିଜେଡି  ବିରୋଧୀ କଂଗ୍ରେସର ମୁଖ୍ୟ ଅସ୍ତ୍ରକୁ ନେବା ସଫଳ କୂଟନୀତିର ପରିଚୟ ହୋଇପାରେ କିନ୍ତୁ ଦୀର୍ଘ ୧୭ ବର୍ଷ ଧରି ନିରଙ୍କୁଶ ଶାସନ କରି ବି ଏଠି ନିଜ ଦଳରୁ ଯୋଗ୍ୟ ପ୍ରାର୍ଥୀଟିଏ ନ ପାଇବା ଦଳର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story