ଖୋର୍ଦ୍ଧା (ବଳରାମ ଲେଙ୍କା): ଆଜି ସନ୍ଧ୍ୟା ବେଳେ ଜାତୀୟ ରାଜପଥର ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁତର ଆହତ ହୋଇଛନ୍ତି।
ଜଟଣୀ ମଧୁସୂଦନ ନଗର ବିନୋଦିନି ନାୟକ କାନ୍ତିଆ ହାଇସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସନ୍ଧ୍ୟା ବେଳେ ଶ୍ରୀମତି ନାୟକ ଓ MDRC HIGH SCHOOLର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳ ମହନ୍ତ ଏକ ସ୍କୁଟିରେ ପଞ୍ଚୁପଲି ହାଇସ୍କୁଲକୁ ଯାଉଥିଲେ। ଗୋହିରିଆ ଛକ ନିକଟରେ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବିନୋଦିନିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋକୁଳ ମହନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବର୍ଷା ପରେ ଦାଉ ସାଧୁଛନ୍ତି ହାତୀ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି
ଜମିରେ ପଶି ଚାଷୀର ବର୍ଷକର ପରିଶ୍ରମ ଉଜାଡି ଦେଉଛନ୍ତି ହାତୀ ପଲ। ସେପଟେ ମନ୍ତ୍ରୀ କହୁଛନ୍ତି ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଛି।
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Miscellaneous
ପୌର ପ୍ରଶାସକ ବଦଳିଲେ, ୧୭ ପୌରସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
Weather
ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!
ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।
Politics
ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ଦୋଷ ଦେଲେ ନବୀନ, ରାଜନୀତି ବି କଲେ
ବର୍ଷା ନେଇ ଚାଷୀଙ୍କୁ ଆଗୁଆ ସଚେତନ କରାଯାଇନଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ନବୀନ। ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ବି କଲେ ରାଜନୀତି।