ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଦାରୁ ଆଜି ବୀରଗୋବିନ୍ଦପୁରରେ ପହଞ୍ଚିଛି। ଗତକାଲି ରାତିରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆଲମଚଣ୍ଡିରେ ରାତ୍ରିଯାପନ କରିବା ପରେ ଦଇତାପତି ସେବାୟତମାନେ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ। ତେବେ ଭୁବନେଶ୍ୱର ଉପକଣ୍ଠ ଗଡ଼କଣ୍ଣୁଣିଆରୁ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ଶଗଡି ଯାତ୍ରା।
ପ୍ରଥମ ଦିନରେ ଶଗଡି ଯାଇ ପହଞ୍ଚିଥିଲା ପିପିଲିଠାରେ। ରାସ୍ତାସାରା ପାଟ୍ଟବସ୍ତ୍ରରେଗୁଡା ହୋଇଥିବା ଶ୍ରୀ ସୁଦର୍ଶନଙ୍କ ଦାରୁଙ୍କୁ ମେଲାଣୀ ଦେଇଥିଲେ ସ୍ଥାାନୀୟ ଲୋକେ । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସଙ୍କୀର୍ତ୍ତନ ମଣ୍ଡଳୀ, ସେବାୟତ, ସାଧାରଣ ଜନତା ସମେସ୍ତେ ଦାରୁ ଶଗଡିକୁ ପାଛୋଟି ନେବେ । ଏହି ଦାରୁ ଶଗଡି ଉତ୍ତରଦ୍ୱାର ଦେଇ କୋଇଲି ବୈକୁଣ୍ଠରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ହୋଇଛି ।
ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।