ପ୍ରଥମ ଦଫାରେ ଥଇଥାନ ହେଲେ ୧୨ ବିଜେଡି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା […]

sarada

sarada

Manoranjan Sial
  • Published: Friday, 09 August 2019
  • Updated: 09 August 2019, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଥିବାବେଳେ ଏଥର ମାତ୍ର ୧୨ଜଣଙ୍କୁ ଏହି ପଦରେ ଥଇଥାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ବିଜେଡି ବିଧାୟକ ଅନନ୍ତ ଦାସ(ବାଲେଶ୍ୱର), ବ୍ୟୋମକେଶ ରାୟ(ଭଦ୍ରକ), ପ୍ରଶାନ୍ତ କୁମାର ମୁଦୁଲି(ଜଗତସିଂହପୁର), ପ୍ରମୋଦ କୁମାର ମଲ୍ଲିକ(କଟକ), ପ୍ରଶାନ୍ତ କୁମାର ଜଗଦେବ(ଖୋର୍ଦ୍ଧା), ଶ୍ରୀକାନ୍ତ ସାହୁ (ଗଞ୍ଜାମ), ସତ୍ୟନାରାୟଣ ପ୍ରଧାନ(ନୟାଗଡ଼), ମହୀଧର ରଣା(ବୌଦ୍ଧ), ରଘୁରାମ ପୋଡ଼ାଲ(କୋରାପୁଟ), ରାଜେନ୍ଦ୍ର ଢୋଲକିଆ( ନୂଆପଡ଼ା), ଦେବେଶ ଆଚାର୍ଯ୍ୟ(ବରଗଡ଼) ଓ ଶାରଦା ପ୍ରସାଦ ନାୟକ (ସୁନ୍ଦରଗଡ଼)ଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ଥଇଥାନ କରାଯାଇଛି। ଏହି ବିଧାୟକମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ।

ଅନ୍ୟ ଜିଲ୍ଲାଗୁଡ଼ିକ ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ମନ୍ତ୍ରୀ ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରେମାନନ୍ଦ ନାଏକଙ୍କୁ କୌଣସି ଜିଲ୍ଲା ଦିଆଯାଇ ନାହିଁ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ଼ ଓ କେନ୍ଦୁଝର ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ ୧୬ଜଣ ମନ୍ତ୍ରୀଙ୍କୁ ଗୋଟିଏ ଲେଖାଏ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ସମ୍ଭାଳିବା ପାଇଁ କୁହାଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଜଗନ୍ନାଥ ସାରକାଙ୍କୁ ଗଜପତି, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର,ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ନବକିଶୋର ଦାସଙ୍କୁ ବଲାଙ୍ଗୀର, ସୁଶାନ୍ତ ସିଂଙ୍କୁ ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ ଓ ଟୁକୁନି ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆ ମନ୍ତ୍ରିମଣ୍ଡଳ ଗଠନ ପରଠୁ ମନ୍ତ୍ରୀ ଆଶାୟୀ ବିଧାୟକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ଏବେ ପ୍ରଥମ ଦଫାରେ ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥଇଥାନ କରାଯାଇଥିବାବେଳେ ଖୁବଶୀଘ୍ର ଆଉ ୩-୪ଜଣ ବିଧାୟକଙ୍କୁ ମଧ୍ୟ ଏଭଳି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ସୂଚନା ମିଳିଛି। ଆସନ୍ତା ୩-୪ ଦିନ ମଧ୍ୟରେ ବିଜେଡି ନିଜର ଆଉ କିଛି ନେତାଙ୍କୁ ଏଭଳି ସରକାରୀ ପଦପଦବୀରେ ଥଇଥାନ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story