ନବୀନ ସରକାରଙ୍କ ଆତ୍ମପ୍ରଚାର ନିଶା: ୫ବର୍ଷରେ ୫୦୦% ବଢ଼ିଛି ବଜେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଋଣବୋଝ ବଢ଼ି ଆର୍ଥିକ ସ୍ଥିତିକୁ ଦୁର୍ବଳ କଲାଣି। ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଗରିମା ଭୁଲୁଣ୍ଠିତ ହେଲାଣି। ରାଜ୍ୟ କିଛି ହାତଗଣତି ଅଫିସର ହିଁ ଏବେ ନିଜକୁ ରାଜ୍ୟ ଶାସନର ସର୍ବେସର୍ବା ମନେ କଲେଣି। ଆଉ ଏସବୁ ସତ୍ତ୍ବେ ନବୀନ ପଟ୍ଟନାୟକ ସରକାର ରାଜକୋଷ ଅର୍ଥରେ ନିଜକୁ ଲୋକପ୍ରିୟ ସରକାର ଦର୍ଶାଇବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଭାବମୂର୍ତ୍ତି ସୁରକ୍ଷିତ ରଖିବାକୁ ନବୀନ ପଟ୍ଟନାୟକ ସରକାର ଆତ୍ମପ୍ରଚାର ପାଇଁ […]

bjd-govt-spent-300-crore-on-advertisements-in-the-election-year

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଋଣବୋଝ ବଢ଼ି ଆର୍ଥିକ ସ୍ଥିତିକୁ ଦୁର୍ବଳ କଲାଣି। ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଗରିମା ଭୁଲୁଣ୍ଠିତ ହେଲାଣି। ରାଜ୍ୟ କିଛି ହାତଗଣତି ଅଫିସର ହିଁ ଏବେ ନିଜକୁ ରାଜ୍ୟ ଶାସନର ସର୍ବେସର୍ବା ମନେ କଲେଣି। ଆଉ ଏସବୁ ସତ୍ତ୍ବେ ନବୀନ ପଟ୍ଟନାୟକ ସରକାର ରାଜକୋଷ ଅର୍ଥରେ ନିଜକୁ ଲୋକପ୍ରିୟ ସରକାର ଦର୍ଶାଇବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଭାବମୂର୍ତ୍ତି ସୁରକ୍ଷିତ ରଖିବାକୁ ନବୀନ ପଟ୍ଟନାୟକ ସରକାର ଆତ୍ମପ୍ରଚାର ପାଇଁ ଗତ ୫ବର୍ଷ ମଧ୍ୟରେ ୫୦୦ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ହୋଇଛି। ରାଜ୍ୟ ସରକାର ସବୁକ୍ଷେତ୍ରରେ ବିଫଳ ଓ ବିପର୍ଯ୍ୟସ୍ତ ସ୍ଥିତିରେ ଥିବାବେଳେ ଗଣମାଧ୍ୟମରେ ପୃଷ୍ଠାପୃଷ୍ଠା ରଙ୍ଗିନ ବିଜ୍ଞାପନ ଓ ଟେଲିଭିଜନରେ ଆକର୍ଷଣୀୟ ବିଜ୍ଞାପନ ଦେଇ ନିଜର ବିଫଳତାକୁ ଲୁଚାଇବାରେ ସକ୍ଷମ ହୋଇଛନ୍ତି। ବିଜ୍ଞାପନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗଣମାଧ୍ୟମ ମାଲିକଙ୍କୁ ବିଜ୍ଞାପନର ଲୋଭ ଦେଖାଇ ସରକାର ନିଜର ଭାବମୂର୍ତ୍ତିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବାର ରଣନୀତିରେ ସଫଳ ହୋଇଥିବା ଜଣାପଡ଼ିଛି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ବଜେଟ୍ ୨୦୧୪-୧୫ ଆର୍ଥିକ ବର୍ଷରେ ୬୦.୩୮କୋଟି ଟଙ୍କା ଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇ ୩୦୦.୫୩ କୋଟି ଟଙ୍କାରେ ପହଞ୍ଚି ଥିଲା। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ବିଭାଗର ବଜେଟ୍ ୯୯.୪୮ କୋଟି ଟଙ୍କା ଥିବାବେଳେ ଏଥିରୁ ୮୯.୯୭କୋଟି ଟଙ୍କା ଖର୍ଚ୍ଚ ହୋଇପାରିଥିଲା। ୨୦୧୭-୧୮ରେ ବିଭାଗର ବଜେଟ ୧୦୭.୧୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା, ଯେଉଁଥିରୁ ବିଭାଗ ୯୧.୮୮କୋଟି ଟଙ୍କା ଖର୍ଚ୍ଚ କରିପାରିଥିଲା। ମାତ୍ର ସାଧାରଣ ନିର୍ବାଚନ ପାଇଁ ବିଭାଗର ବଜେଟ୍ ଅପ୍ରତ୍ୟାଶିତ ଭାବେ ୩୦୦.୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଯେଉଁଥିରୁ ବିଭାଗ ୨୮୨.୯୭କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ପ୍ରଶ୍ନ ଉଠୁଛି, ଗତ ୨୦୧୪-୧୫ରୁ ୨୦୧୭-୧୮ ମସିହା ଅର୍ଥାତ୍ ୪ବର୍ଷରେ ପ୍ରାୟ ୨୯୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏହି ବିଭାଗ କିଭଳି ଗୋଟିଏ ବର୍ଷରେ ୨୮୩ କୋଟି ଟଙ୍କା ଖର୍ଚ୍ଚ କଲା। ରାଜକୋଷ ଅର୍ଥକୁ ନବୀନ ସରକାର ଏଭଳି ଆତ୍ମପ୍ରଚାର ପାଇଁ ଉଡ଼ାଇ ଦେବାରେ ସାମାନ୍ୟତମ କୁଣ୍ଠାବୋଧ କରିନାହାନ୍ତି। ତଥ୍ୟ ଅନୁସାରେ ୨୦୧୮ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୮୨କୋଟି ଟଙ୍କା ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ବାବଦରେ ଦେଇଛନ୍ତି। ନିର୍ବାଚନ ସରିଯାଇଥିବାରୁ ୨୦୧୯-୨୦ ଆର୍ଥିକ ବଜେଟରେ ବିଭାଗର ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରି ୧୦୦.୩୩କୋଟି ଟଙ୍କାରେ ସୀମିତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story