ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଏହି ବୈଠକରେ ଦଳର ନେତା ଚୟନ ନେଇ ନିଷ୍ପତ୍ତି ହୋଇପାରେ। ମଧ୍ୟାହ୍ଣରେ ଏହି ବୈଠକ ବସିବାକୁ ଥିବାବେଳେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଶପଥପାଠ ନେଇ ମଧ୍ୟ ସମୟ ଓ ତାରିଖ ଧାର୍ଯ୍ୟ ହୋଇପାରେ । ତେବେ ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ଚାଲିଛି। ନବୀନ ନିବାସରେ ନେତାଙ୍କ ଗହଳି ଲାଗୁଛି। […]

accident

accident

Jyoshna Pradhan
  • Published: Sunday, 26 May 2019
  • Updated: 26 May 2019, 09:42 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଏହି ବୈଠକରେ ଦଳର ନେତା ଚୟନ ନେଇ ନିଷ୍ପତ୍ତି ହୋଇପାରେ। ମଧ୍ୟାହ୍ଣରେ ଏହି ବୈଠକ ବସିବାକୁ ଥିବାବେଳେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଶପଥପାଠ ନେଇ ମଧ୍ୟ ସମୟ ଓ ତାରିଖ ଧାର୍ଯ୍ୟ ହୋଇପାରେ ।

ତେବେ ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ଚାଲିଛି। ନବୀନ ନିବାସରେ ନେତାଙ୍କ ଗହଳି ଲାଗୁଛି। ପଞ୍ଚମ ଥର ପାଇଁ ଜିତିବା ପରେ ବିଧାୟକମାନେ ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଆଉ ଶୁଭେଚ୍ଛା ଆଳରେ ମନ୍ତ୍ରୀପଦ ପାଇଁ ମଧ୍ୟ ଚାଲିଛି ଲବି।

ଏଥର ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।  ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୨ ବିଧାୟିକାଙ୍କ ମଧ୍ୟରୁ ୩୩ ପ୍ରତିଶତ ହିସାବରେ ୪ ଜଣଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ସେମାନଙ୍କ ମଧ୍ୟରୁ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଲତିକା ପ୍ରଧାନ, ପ୍ରମିଳା ମଲ୍ଲିକ ମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଏବଂ ସାଧାରଣ ବର୍ଗରୁ ଜଣେ ଜଣେ ମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos