ବିଜେଡି ଛାଡ଼ିଲେ ପ୍ରବୀଣ, ଏପଟେ ନବୀନ ନିବାସ ଆଗରେ ଜାରି ରହିଛି ଟିକେଟ୍ କଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବିଦ୍ରୋହ ଲାଗି ରହିଛି। କାଲି ରଘୁ ମହାନ୍ତି ଓ ଆଜି ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଦଳ ଛାଡ଼ିଛନ୍ତି। ପ୍ରବୀଣ ଦୁଇ ଦୁଇ ଥର ବିଧାୟକ ରହିବା ସହ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ। ତେବେ ବିଜେପି ନେତା ରାଜକିଶୋର ଦାସ ବିଜେଡିରେ ସାମିଲ ହେବାପରେ ମୟୂରଭଞ୍ଜ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ତା’ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ କାର୍ଯ୍ୟଶୈଳୀଙ୍କୁ ମଧ୍ୟ ପ୍ରବୀଣ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଥିଲା। ମୋରଡ଼ା ବିଧାୟକ ପ୍ରବୀଣ […]

3

3

Manoranjan Sial
  • Published: Monday, 01 April 2019
  • Updated: 01 April 2019, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବିଦ୍ରୋହ ଲାଗି ରହିଛି। କାଲି ରଘୁ ମହାନ୍ତି ଓ ଆଜି ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଦଳ ଛାଡ଼ିଛନ୍ତି। ପ୍ରବୀଣ ଦୁଇ ଦୁଇ ଥର ବିଧାୟକ ରହିବା ସହ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ। ତେବେ ବିଜେପି ନେତା ରାଜକିଶୋର ଦାସ ବିଜେଡିରେ ସାମିଲ ହେବାପରେ ମୟୂରଭଞ୍ଜ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ତା’ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ କାର୍ଯ୍ୟଶୈଳୀଙ୍କୁ ମଧ୍ୟ ପ୍ରବୀଣ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଥିଲା।

ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ କହିଛନ୍ତି,“ଦଳ ଭିତରେ ବିଶୃଙ୍ଖଳା ଚାଲିଛି। ହାରିବା ଲୋକଙ୍କୁ ଦଳ ଭିତରକୁ ଅଣାଯାଉଛି। ଏହା ମୋତେ ଭଲ ଲାଗିଲାନାହିଁ।”

ସେପଟେ ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବାପରେ ଆଶାୟୀ ଅମରେନ୍ଦ୍ର ଦାସଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ଅଫିସ୍‌ରେ ଭଙ୍ଗାରୁଜା କରିଥିଲେ। ଆଜି ଏକ ଶୋଭାଯାତ୍ରାରେ ନବୀନ ନିବାସ ଆସି ଧାରଣାରେ ବସିଥିଲେ।

ସେହିପରି ଭଦ୍ରକ ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କ ପ୍ରର୍ଥିତ୍ୱକୁ ବିରୋଧ କରିଛନ୍ତି ବିଧାୟକ ଯୁଗଳ ପଟ୍ଟନାୟକଙ୍କ ସମର୍ଥକ। ସେମାନେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଯୁଗଳଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଥିଲେ।

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି,“ପ୍ରତ୍ୟେକ ଦଳର ନିର୍ବାଚନମଣ୍ଡଳୀରେ କିଛି ନା କିଛି ଅସନ୍ତୋଷ ରହିଥାଏ। ଟିକଟ ପାଇନଥିବା ବ୍ୟକ୍ତିମାନେ ତାଙ୍କର ମାନ ଓ ଅଭିମାନ ବ୍ୟକ୍ତ କରନ୍ତି। ଏହାକୁ ବିରୋଧ କୁହାଯାଏନାହିଁ।”

ଆଶାୟୀ ଅମରେନ୍ଦ୍ର ଦାସ କହିଛନ୍ତି-“ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟ ଥିଲେ ପ୍ରଶାନ୍ତ ମୁଦୁଲି। ହେଲେ ସେ କେବେ ଜିଲ୍ଲାର ମାଟି ମାଡି ନାହାନ୍ତି। ଏପରିକି କାହାରିକୁ ସହଯୋଗ କରିନାହାନ୍ତି। ତେଣୁ ତାଙ୍କୁ ଲୋକେ କେବେ ଗ୍ରହଣ କରିନାହାନ୍ତି କି ଆଗାମୀ ଦିନରେ ବିଜେଡି କର୍ମକର୍ତ୍ତା ଗ୍ରହଣ କରିବେ ନାହିଁ।”

ସେପଟେ କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କ ବିରୋଧରେ ମଧ୍ୟ ତାଙ୍କ ବିରୋଧୀ ଗୋଷ୍ଠୀ ନବୀନ ନିବାସ ଆଗରେ କରିଛନ୍ତି ନରାବାଜି। ଏଥିସହ ବିଧାୟକଙ୍କ ଦୁର୍ନୀତି କଥା ଉଠାଇ ତାଙ୍କୁ ଆଉ ଥରେ ପ୍ରାର୍ଥୀ ନକରିବାକୁ ସେମାନେ ଦାବି କରିଛନ୍ତି।

ବିଜେଡି ଘର କଳି ଦିନକୁ ଦିନ ବଢୁଥିଲେ ମଧ୍ୟ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆତ୍ମବିଶ୍ୱାସ କିନ୍ତୁ ଦୋହଲିନାହିଁ। ଓଡ଼ିଶାରେ ବି ତ୍ରିପୁରା ଭଳି ଚମକାଇଲା ଫଳାଫଳ ହେବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ମୋଦି କାଲି କହିଥିବା ବେଳେ ଆଜି ନବୀନ କହିଛନ୍ତି, ବିଜେଡି ଭଲ ରେଜଲ୍ଟ କରିବ।

ମୋଦିଙ୍କ ଦାବିର ଆଧାର କଣ?

୧- ୧୯ ବର୍ଷ ଧରି ବିଜେଡି ବିରୋଧରେ ଥିବା ସରକାର ବିରୋଧୀ ହାଓ୍ୱା ଓ ପଞ୍ଚାୟତ ନିର୍ବାଚନରେ ପଦ୍ମକୁ ମିଳିଥିଲା ସଫଳତା।
୨- ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦାମୋଦର ରାଉତଙ୍କ ଭଳି ହେଭିୱେଟ୍ ବିଜେପିରେ ସାମିଲ।
୩- ବିଜେଡି ଟିକେଟ ଘୋଷଣା ପରେ ନେତା ବିଜେପି ମୁହାଁ ହେବା।
୪- ପୁଲୱାମା ହାମ୍‌ଲା ପରେ ଭାରତର ଏୟାରଷ୍ଟ୍ରାଇକ ପରେ ମୋଦିଙ୍କ ଗ୍ରାଫ୍‌ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story