ଟିକେଟ୍ ଆଶାୟୀଙ୍କୁ ବିଜେଡିର ଲଲିପପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଟିକେଟରୁ ବଞ୍ଚିତ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରିବା ଓ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟକ୍ରମ କରିବାର ଆଶଙ୍କା କରି ବିଜେଡି ଆଜି ୩୬ ଜଣ ନେତାଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ଟିକେଟ୍ ଆଶାୟୀଙ୍କୁ ସାଂଗଠନିକ ପଦପଦବୀର ଲଲିପପ୍ ଦେଇ ସେମାନଙ୍କୁ ଦଳରେ ବାନ୍ଧି ରଖିବାକୁ ବିଜେଡି ପ୍ରୟାସ କରିଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ଅନୁସାରେ ପୂର୍ବତନ ବିଧାୟକ ଅନୁପ ସାଏ, ରୀତା ସାହୁ, ଅନାମ ନାଏକ […]

bjd

bjd

Manoranjan Sial
  • Published: Monday, 01 April 2019
  • Updated: 01 April 2019, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଟିକେଟରୁ ବଞ୍ଚିତ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରିବା ଓ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟକ୍ରମ କରିବାର ଆଶଙ୍କା କରି ବିଜେଡି ଆଜି ୩୬ ଜଣ ନେତାଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ଟିକେଟ୍ ଆଶାୟୀଙ୍କୁ ସାଂଗଠନିକ ପଦପଦବୀର ଲଲିପପ୍ ଦେଇ ସେମାନଙ୍କୁ ଦଳରେ ବାନ୍ଧି ରଖିବାକୁ ବିଜେଡି ପ୍ରୟାସ କରିଛି।

ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ଅନୁସାରେ ପୂର୍ବତନ ବିଧାୟକ ଅନୁପ ସାଏ, ରୀତା ସାହୁ, ଅନାମ ନାଏକ ଓ ବଳଭଦ୍ର ମାଝୀଙ୍କ ସମେତ ବହୁ ଟିକେଟ୍ ଆଶାୟୀଙ୍କୁ ସାଂଗଠନିକ ପଦବୀରେ ଥଇଥାନ କରାଯାଇଛି। ଅନୁପ ସାଏଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ଓ ରୀତା ସାହୁଙ୍କୁ ସହ-ଅଧ୍ୟକ୍ଷ, ଅନାମ ନାଏକଙ୍କୁ ଲୋଇସିଂହା ବିଧାନସଭା ମଣ୍ଡଳୀର ସହପର୍ଯ୍ୟବେକ୍ଷକ, ବଳଭଦ୍ର ମାଝୀଙ୍କୁ ତଳସରା ଓ ବିଷମ କଟକ ବିଧାନସଭା ମଣ୍ଡଳୀର ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।

ସେହିପରି ପାଟକୁରାରୁ ଟିକେଟ୍ ଆଶାୟୀ ଥିବା ରବି ସାମଲ ଓ ଅନୁପ ପାତ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ ହଂସରାଜ ଜୈନ,ବଳରାମ ସିଂ ଯାଦବ,ଭୀଷ୍ମ ସରାଫ, ଉଦ୍ଧବ ବେହେରା ଓ ଆଶୀଷ କୁମାର ସାହୁଙ୍କୁ ଦଳର ରାଜ୍ୟ ସମ୍ପାଦକ, ପ୍ରବୀର କୁମାର ମହାନ୍ତି ଓ ରାମଚନ୍ଦ୍ର ପଣ୍ଡାଙ୍କୁ ବିଜେଡି ମୁଖପାତ୍ର ଭାବେ ଅବସ୍ଥାପିତ କରାଯାଇଛି। ସୁନୀଲ ଷଡ଼ଙ୍ଗୀଙ୍କୁ ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି, ଜଗନ୍ନାଥ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛିି।

ସେହିପରି କାଳୀପ୍ରସାଦ ମିଶ୍ରଙ୍କୁ ବିଜେଡି କୃଷକ ସେଲର ରାଜ୍ୟ ଉପସଭାପତି, ସିଦ୍ଧାର୍ଥ ପଣ୍ଡାଙ୍କୁ ଛତ୍ରପୁର ବିଧାନସଭା ମଣ୍ଡଳୀର ସହପର୍ଯ୍ୟବେକ୍ଷକ, ରୀତା ଶତପଥୀଙ୍କୁ ବିଜେପୁର ବିଧାନସଭାର ପ୍ରଚାର କମିଟି ସଦସ୍ୟ, ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବିଜେପୁର ବିଧାନସଭା ମଣ୍ଡଳୀର ପ୍ରଚାର କମିଟି ସଂଯୋଜକ,ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କୁ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ପ୍ରବୋଧ କୁମାର ରଥଙ୍କୁ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଋଷି କୁମାର ପଟେଲଙ୍କୁ ବିଜେଡି କୃଷକ ସେଲ୍ ଉପସଭାପତି, ଯୋଗେନ୍ଦ୍ର କୁମାର ସ୍ୱାଇଁଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ସହପର୍ଯ୍ୟବେକ୍ଷକ, ହରେକୃଷ୍ଣ ଷଡ଼ଙ୍ଗୀଙ୍କୁ ନର୍ଲା ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ, ସୁଦୀପ୍ତ ରାୟଙ୍କୁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ, କେଶବ ବେଦବାଗଙ୍କୁ ଖରିଆର ଓ ନୂଆପଡ଼ା ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ, ମହମ୍ମଦ ଶେଖ ଇନାୟତ(ଚନ୍ଦନ)ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି, ଉମାନାଥ ସାମନ୍ତରାୟଙ୍କୁ ବିଜେଡି କୃଷକ ସେଲର ରାଜ୍ୟ ସମ୍ପାଦକ, ଶାରଦା ପ୍ରସନ୍ନ ମହାନ୍ତି(ବାପି)ଙ୍କୁ ଛାତ୍ର ବିଜେଡି ରାଜ୍ୟ ଉପସଭାପତି, ଦେବାଶୀଷ କୁବେରଙ୍କୁ ଯୁବ ବିଜେଡି ରାଜ୍ୟ ସମ୍ପାଦକ, ଦେବଦାସ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ବିଜେଡି ଜିଲ୍ଲା ମିଡିଆ ସଂଯୋଜକ, ସୁଜିତ୍ ବଳଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ, ସୁଶୀଲ ଶବରଙ୍କୁ ଅନୁସୂଚିତ ଜନଜାତି ସେଲର ରାଜ୍ୟ ସାଧାରଣ ସମ୍ପାଦକ ଓ ସୁବୋଧ ରଣାଙ୍କୁ ଓବିସି ସେଲ୍ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos