୭ରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ପ୍ରଚାରକୁ ନେଇ ଉଷ୍ମତା ଜୋରଦାର ହେଉଥିବାବେଳେ ରାଜ୍ୟ ବିଜେପି ଆସନ୍ତା ୭ତାରିଖରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପିର ଏହି ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଜାରି କରିବେ। ଶ୍ରୀ ଶାହ ୭ତାରିଖରେ ପୋଲସରା ଓ ବରଗଡ଼ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ନିର୍ବାଚନୀ ଇସ୍ତାହାର ଜାରି […]

bjp

bjp

Manoranjan Sial
  • Published: Friday, 05 April 2019
  • Updated: 05 April 2019, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ପ୍ରଚାରକୁ ନେଇ ଉଷ୍ମତା ଜୋରଦାର ହେଉଥିବାବେଳେ ରାଜ୍ୟ ବିଜେପି ଆସନ୍ତା ୭ତାରିଖରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପିର ଏହି ନିର୍ବାଚନୀ ଇସ୍ତାହାର ବା ସଂକଳ୍ପ ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଜାରି କରିବେ।

ଶ୍ରୀ ଶାହ ୭ତାରିଖରେ ପୋଲସରା ଓ ବରଗଡ଼ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ନିର୍ବାଚନୀ ଇସ୍ତାହାର ଜାରି କରିବାରେ ବିଜେପି ସବୁଠୁ ଆଗରେ ରହିଥିବା ଚର୍ଚ୍ଚା। କାରଣ ବିଜେଡି କିମ୍ବା କଂଗ୍ରେସ ଏପର୍ଯ୍ୟନ୍ତ ରାଜ୍ୟରେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିବାକୁ ସକ୍ଷମ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos