ରାଜଧାନୀରେ ଲୋକଙ୍କୁ ମଶା ଟେକି ନେବା ଭଳି ସ୍ଥିତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ ମଶା ଟେକି ନେବା ଭଳି ସ୍ଥିତି। ସହି ହେଉନି ମଶାଙ୍କ ଉତ୍ପାତ। ବସାଇ ଉଠାଇ ହେଉନାହାନ୍ତି ମଶା। ଘରେ ଘରେ ଜ୍ୱର ବ୍ୟାପିବାରେ ଲାଗିଛି। ହେଲେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା କଥା କହୁଥିବା ଭୁବନେଶ୍ୱର ମହାନଗର ନିଗମକୁ ନାହିଁ ମଶା ଦମନ ଚିନ୍ତା। ଆଜି ଏଭଳି ଅଭିଯୋଗ କରିଛି ଜିଲ୍ଲା ବିଜେପି ଓ ଦଳ ପକ୍ଷରୁ ବିଏମ୍‌ସି ଅଫିସ୍ ଆଗରେ ବିକ୍ଷୋଭ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ […]

bjp

bjp

Niranjan Mishra
  • Published: Friday, 16 December 2022
  • Updated: 16 December 2022, 07:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ ମଶା ଟେକି ନେବା ଭଳି ସ୍ଥିତି। ସହି ହେଉନି ମଶାଙ୍କ ଉତ୍ପାତ। ବସାଇ ଉଠାଇ ହେଉନାହାନ୍ତି ମଶା। ଘରେ ଘରେ ଜ୍ୱର ବ୍ୟାପିବାରେ ଲାଗିଛି। ହେଲେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା କଥା କହୁଥିବା ଭୁବନେଶ୍ୱର ମହାନଗର ନିଗମକୁ ନାହିଁ ମଶା ଦମନ ଚିନ୍ତା। ଆଜି ଏଭଳି ଅଭିଯୋଗ କରିଛି ଜିଲ୍ଲା ବିଜେପି ଓ ଦଳ ପକ୍ଷରୁ ବିଏମ୍‌ସି ଅଫିସ୍ ଆଗରେ ବିକ୍ଷୋଭ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ ପୁଲିସ ଭିତରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିନବ ଭାବେ ଏହି ଧାରଣାରେ ମଶାରୀ ଭିତରେ ବସି ଏବଂ ଧୂଆଁ ଦେଇ ପ୍ରତିବାଦ କରିଥିଲେ ବିଜେପି ନେତା ଓ କର୍ମୀମାନେ।

ବିଜେପି ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି, ବିଏମ୍‌ସି ଏଠାରେ ଲୋକଙ୍କ ଠାରୁ ଟିକସ ନେଉଛି ମୌଳିକ ସୁବିଧା ଦେବା ନିମନ୍ତେ। ଲୋକଙ୍କ ଉପରେ କୌଣସି ଦୟା କରାଯାଉନି। ବର୍ତ୍ତମାନ ଦିନଟାରେ ଲୋକଙ୍କୁ ମଶା ଟେକି ନେବା ଭଳି ଅବସ୍ଥା ସୃଷ୍ଟି ହୋଇଛି। କେଉଁଠାରେ ବି ବସି ହେଉନି। ମେୟର ଓ କମିଶନର ଡ୍ରୋନ୍ ଲଗାଇ ମଶା ମାରିବେ ବୋଲି କହିଥିଲେ, ହେଲେ କେଉଁଠି ମରାଗଲା ତାହାର ଉତ୍ତର ରଖନ୍ତୁ। ସେମାନେ ଭୁବନେଶ୍ୱର ଲୋକଙ୍କୁ ବୁଦ୍ଧିହୀନ ବୋଲି ଭାବନ୍ତୁ ନାହିଁ। ସହରର ଲୋକଙ୍କୁ କିପରି ଭାବରେ ମଶା ଦାଉରୁ ରକ୍ଷା କରାଯାଇପାରିବ ସେଥି ପାଇଁ ବିଏମ୍‌ସି ପକ୍ଷରୁ କୌଣସି ସଫଳ ଆଭିମୁଖ୍ୟ ଗ୍ରହଣ କରାଯାଉନାହଁ। ଯେଉଁଥି ପାଇଁ ଅନେକ ଲୋକ ରୋଗରେ ପଡ଼ୁଛନ୍ତି ଓ ପ୍ରାଣ ହରାଉଛନ୍ତି। ବିଏମ୍‌ସି ମେୟର ଏବଂ କମିଶନର ଖାଲି ମିଛ ବାହାସ୍ପଟ ମାରୁଛନ୍ତି।

ବିଜେପି ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି, ଲୋକଙ୍କ ସୁରକ୍ଷା ନିମନ୍ତେ ବିଏମ୍‌ସିର ମେୟର ଓ କମିଶନର ଆଉ କାମ କରୁନାହାନ୍ତି। ଏବେ କେବଳ ଟଙ୍କା ରୋଜଗାର ଚିନ୍ତା। କେଉଁଠି ଟେଣ୍ଡର ହେବ ଓ କେଉଁଠି ପାର୍କିଂ ସ୍ଥାନ କରି ରୋଜଗାର ହେବ ସେଥିପାଇଁ ଯୋଜନା ହେଉଛି। ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ନିମନ୍ତେ ବିଏମ୍‌ସି କର୍ତ୍ତୃପକ୍ଷ ଦାୟିତ୍ୱ ଭୁଲି ଯାଇଛନ୍ତି। ପୂରା ଭୁବନେଶ୍ୱରରେ ମଶାଙ୍କ ଉତ୍ପାତ ବଢ଼ି ଯାଇଛି। ତେଣୁ ବିକ୍ଷୋଭ କରି ଲୋକଙ୍କୁ ଚେତାବନୀ ଦେବାକୁ ଆଜି ବିଜେପି ପଦକ୍ଷେପ ନେଇଛି।

ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଆଜି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ରଖିଥିବା ଏକ ତଥ୍ୟ ମୁତାବକ ଓଡ଼ିଶାରେ ୨୦୨୧ ମସିହାରେ ୭୫୪୮ ଜଣ ଓ ୨୦୨୨ମସିହା ନଭେମ୍ବର ଶେଷ ପର୍ଯ୍ୟନ୍ତ ୬୭୭୬ ଡେଙ୍ଗୁ ଜ୍ୱର ମାମଲା ଚିହ୍ନଟ ହୋଇଛି। ସେହିପରି ଏହି ଦୁଇବର୍ଷରେ ଯଥାକ୍ରମେ ୩୭ ଜଣ ଜାପାନୀ ଜ୍ୱରରେ ଓ ୫ ଜଣ ଚିକେନ୍‌ଗୁନିଆରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଜ୍ୱରରେ ରାଜ୍ୟରେ କାହାରି ମୃତ୍ୟୁ ହୋଇନି। ମଶା ଜନିତ ଭାଇରାଲ ରୋଗର ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ସରକାର ୧୨ଟି ଓ ଜାପାନୀ ଜ୍ୱର ନିମନ୍ତେ ୨ଟି ପରାମର୍ଶ ଜାରି କରିଛି।ତେବେ ରାଜଧାନୀରେ ଏଭଳି ଜ୍ୱର ବ୍ୟାପିବା ନେଇ କୌଣସି ସ୍ୱତନ୍ତ୍ର ତଥ୍ୟ ଏହା ଭିତରେ ନାହିଁ।

ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story