କୁସଂସ୍କାର ଜାଲରେ ମଣିଷ: ମାନସିକ ପୂରଣ ପାଇଁ ନରବଳି! ଚୋର ଧରିବାକୁ ଯାଇ ହଟହଟା ଗୁଣିଆ

ବଲାଙ୍ଗିର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଶିକ୍ଷାଦୀକ୍ଷା ଅଭାବରୁ ହେଉ କି ସଚେତନତା, ଅନ୍ଧବିଶ୍ୱାସର ଅନ୍ଧାରି ଅଞ୍ଚଳରେ ବଞ୍ଚି ରହିଛି କୁସଂସ୍କାର। ରକ୍ତରେ ହୋଲି ଖେଳୁଛି ମଣିଷ। ଯେଉଁଥିପାଇଁ ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି। ଆଜି ଏଭଳି ଦୁଇଟି ଘଟଣା ଓଡ଼ିଶାରେ ଦେଖାଇବୁ ମିଳିଛି। ଗୋଟିଏରେ ମାନସିକ ପୂରଣ ପାଇଁ ନରବଳିର ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଅନ୍ୟଟିରେ ଚୋର ଧରିବାକୁ ଯାଇ ହଲାପଟା ହୋଇଛି ଗୁଣିଆ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାଲେପଡ଼ା ଗାଁର ଚୌବନ କିଶୋର ମାଝୀ ଓରଫ୍ […]

man-in-superstution

man-in-superstution

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 10:25 PM IST

Sports

Latest News

ବଲାଙ୍ଗିର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଶିକ୍ଷାଦୀକ୍ଷା ଅଭାବରୁ ହେଉ କି ସଚେତନତା, ଅନ୍ଧବିଶ୍ୱାସର ଅନ୍ଧାରି ଅଞ୍ଚଳରେ ବଞ୍ଚି ରହିଛି କୁସଂସ୍କାର। ରକ୍ତରେ ହୋଲି ଖେଳୁଛି ମଣିଷ। ଯେଉଁଥିପାଇଁ ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି। ଆଜି ଏଭଳି ଦୁଇଟି ଘଟଣା ଓଡ଼ିଶାରେ ଦେଖାଇବୁ ମିଳିଛି। ଗୋଟିଏରେ ମାନସିକ ପୂରଣ ପାଇଁ ନରବଳିର ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଅନ୍ୟଟିରେ ଚୋର ଧରିବାକୁ ଯାଇ ହଲାପଟା ହୋଇଛି ଗୁଣିଆ।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାଲେପଡ଼ା ଗାଁର ଚୌବନ କିଶୋର ମାଝୀ ଓରଫ୍ ଚୌବନ ବାବା। ବାଜା ବାଜଣା ସହ ତାଳ ଦେଇ ସେ କରୁଛନ୍ତି ଝଡ଼ାଫୁଙ୍କା। କୁନି କୁନି ପିଲାଙ୍କ ପାଖରେ ମନ୍ତ୍ରପାଠ କରୁଛନ୍ତି। ଏହି ବାବା ଏବେ ବିବାଦରେ ଫସିଛନ୍ତି। ଯାହାଙ୍କ ବିରୋଧରେ ଆସିଛି ନରବଳୀର ସଂଗୀନ ଅଭିଯୋଗ। ସେ କୁଆଡ଼େ ମାଆ କାଳୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗତ ମଙ୍ଗଳବାର ନିଶାର୍ଦ୍ଧରେ ନିଜର ଜ୍ୟେଷ୍ଠ ଶିଷ୍ୟଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ପୂଜା ପାଠ ପାଇଁ ବାବା ମାନ୍ଦାଲା ଗାଁର ଭୂଜବଳ ପରାଭୋଏଙ୍କୁ ଡ଼କାଇ ଥିଲେ। ଆଉ ଡାକରା ପାଇ ବାବାଙ୍କ ପାଖରେ ପହଞ୍ଚିଥିଲେ ଭୂଜବଳ। ହେଲେ ସେଦିନ ସେ ଘରକୁ ଫେରିନଥିଲେ। ତେବେ ପୂଜାପାଠ ସରିବା ପରଦିନ ସାଲେପଡ଼ା କାଳୀମନ୍ଦିର ନିକଟ କୂଅରୁ ମିଳିଥିଲା ଭୂଜବଳଙ୍କ ଉଲଗ୍ନ ମୃତଦେହ। ପରିବାର ଲୋକଙ୍କ ଅଭିଯୋଗ, ଜିଭ କଟାଯିବା ସହ ଭୂଜବଳଙ୍କୁ ବଳି ଦିଆଯାଇଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ବାବା ଓ କାଳୀ ମନ୍ଦିର ପୂଜକ ପର୍ଶୁରାମ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାବା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେପଟେ ନରବଳି ଅଭିଯୋଗକୁ ଖଣ୍ଡନ କଲେ ବଲାଙ୍ଗିର ଏସ୍‌ପି ଏମ୍‌ଏସ୍‌ ସମ୍ପତ। ସେ କହିଛନ୍ତି-“ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଏହା ବଳି ବୋଲି କୌଣସି ପ୍ରମାଣ ନାହିଁ। ସବିଶେଷ ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ।”

ସେହିପରି କେନ୍ଦ୍ରାପଡ଼ା ଲୁହାରମୁହିଁ ଗାଁରେ ଝଡ଼ାଫୁଙ୍କା, ମନ୍ତ୍ରପାଠର ଦୃଶ୍ୟ ଦେଖିବାକୁ ମିଳିଛି। ଚୋର ଧରିବାକୁ ୫ ହଜାର ଟଙ୍କା ଅଗ୍ରୀମ ନେଇ ଗୁଣିଆ ଚଳାଇଥିଲା ଫାର୍ସ। ଆଉ ଏପଟେ କେତେବେଳେ ଚୋର ଧରାପଡ଼ିବ, ସେଥିପାଇଁ ଉତ୍କଣ୍ଠାରେ ଅନାଇ ବସିଥିଲେ ଲୋକେ। ପୂଜାପାଠ ପରେ ବାଡ଼ି ବୁଲାଇ ଜଣେ ବୃଦ୍ଧଙ୍କ ପାଖକୁ ଯାଉଛନ୍ତି ଦୁଇ ଜଣ ବ୍ୟକ୍ତି। ହେଲେ ସେ ଯେ ଚୋର ନୁହଁ, ତାହା ସମସ୍ତଙ୍କୁ ଜଣା ଥିଲା। କାରଣ ଚୋରକୁ ଧରିବା ପାଇଁ ନୁହେଁ, ବରଂ ଗୁଣିଆ କେତେ ପାରଙ୍ଗମ ତାହା ପରୀକ୍ଷା କରୁଛନ୍ତି ଲୋକେ। ତେଣୁ ପୂର୍ବପ୍ରସ୍ତୁତି ମୁତାବକ ଜାଣିଶୁଣି ଜଣେ ଯୁବକଙ୍କଠାରୁ ଅନ୍ୟ ଜଣେ ଯୁବକ ମୋବାଇଲକୁ ନେଇ ଯାଇଥିଲେ। ଆଉ ସେହି ଚୋରକୁ ଧରିବା ପାଇଁ ଗୁଣିଆକୁ ଡକାଇଥିଲେ ଗାଁକୁ। ହେଲେ ମୋବାଇଲ୍ ନେଇଥିବା ଯୁବକଙ୍କ ବଦଳରେ ଜଣେ ବୃଦ୍ଧଙ୍କ ପାଖରେ ଅଟକି ଯାଇଥିଲା ଗୁଣିଆର ବାଡ଼ି। ତା’ସହ ଚୋର ଧରା ପରୀକ୍ଷାରେ ଫେଲ୍ ହୋଇ ଅପଦସ୍ତ ହୋଇଥିଲା ଗୁଣିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story