ପୂର୍ବ ଶତ୍ରୁତାରୁ ବୋମାମାଡ଼, ଜଣେ ମୃତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ସାହୁ। ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା କୁହାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି,“ଗତକକାଲି ରାତି ୮ଟାବେଳେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍‌ରେ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। ଏହି ସମୟରେ ୪ ଜଣ ଯୁବକ […]

deadbody

deadbody

Jyoshna Pradhan
  • Published: Sunday, 21 April 2019
  • Updated: 21 April 2019, 09:17 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ସାହୁ।

ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା କୁହାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି,“ଗତକକାଲି ରାତି ୮ଟାବେଳେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍‌ରେ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। ଏହି ସମୟରେ ୪ ଜଣ ଯୁବକ ଆସି ତାଙ୍କ ଉପରକୁ ବୋମା ପକାଇଥିଲେ। ଫଳରେ ସୁଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos