ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ  ବୋମାମାଡ଼ରେ ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସହିତ ଜଣେ ଚିଙ୍ଗୁଡ଼ି ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଚିଙ୍ଗୁଡ଼ି ଚାଷୀ ସୁଦର୍ଶନ ସେଠୀ । ଉଭୟଙ୍କ ଘର ସ୍ଥାନୀୟ ଯୋଗୀ ପୋଖରୀ ଗାଁରେ। ସୂଚନା ଅନୁଯାୟୀ, ରବିବାର ବିଳମ୍ୱିତ ରାତିରେ  ବିଦ୍ୟାଧର ଚାନ୍ଦବାଲି-ଧାମରା ରାସ୍ତାର ବାଲୁକିରି ନିକଟରେ ଥିବା ନିଜ ଚିଙ୍ଗୁଡ଼ି ପୋଖରୀ ନିକଟରେ ଛିଡ଼ା […]

attack

attack

Jyoshna Pradhan
  • Published: Monday, 16 September 2019
  • Updated: 16 September 2019, 08:36 AM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ  ବୋମାମାଡ଼ରେ ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସହିତ ଜଣେ ଚିଙ୍ଗୁଡ଼ି ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଚିଙ୍ଗୁଡ଼ି ଚାଷୀ ସୁଦର୍ଶନ ସେଠୀ । ଉଭୟଙ୍କ ଘର ସ୍ଥାନୀୟ ଯୋଗୀ ପୋଖରୀ ଗାଁରେ।

ସୂଚନା ଅନୁଯାୟୀ, ରବିବାର ବିଳମ୍ୱିତ ରାତିରେ  ବିଦ୍ୟାଧର ଚାନ୍ଦବାଲି-ଧାମରା ରାସ୍ତାର ବାଲୁକିରି ନିକଟରେ ଥିବା ନିଜ ଚିଙ୍ଗୁଡ଼ି ପୋଖରୀ ନିକଟରେ ଛିଡ଼ା ହୋଇଥିଲେ। ତାଙ୍କ ସହିତ  ସୁଦର୍ଶନ ଓ ଆଉ ତିନି ଜଣ ଯୁବକ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ବିଦ୍ୟାଧରଙ୍କ ଉପରକୁ ଲକ୍ଷ୍ୟ କରି ୩ଟି ବୋମା ଫିଙ୍ଗି ଥିଲେ। ଏଥିରେ ବିଦ୍ୟାଧର ଓ ସୁଦର୍ଶନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଚାନ୍ଦବାଲି ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos