ଭାଙ୍ଗିଲା ବ୍ରାହ୍ମଣୀ ସେତୁର ସ୍ଲାବ୍‌,  ଅଟକି ରହିଛି ଶହଶହ ଗାଡ଼ି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ୍‌ ଭାଙ୍ଗି ଯାଇଛି। ଯାହାଫଳରେ ୧୪୩ ନମ୍ୱର ଜାତୀୟ ରାଜପଥର  ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରାୟ ୩ କିଲୋମିଟର ଯାଏ ରାସ୍ତା ଜାମ୍‌ ରହିଛି। ତେଣୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ନିୟୋଜିତ ହୋଇଛନ୍ତି। ଏଥିସହ ଟ୍ରାଫିକ୍ ପୁଲିସ୍ ମଧ୍ୟ ନିୟୋଜିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ତେବେ ଭାଙ୍ଗିଯାଇଥିବା ସ୍ଲାବ୍‌ ସ୍ଥାନରେ ଲୁହା ପ୍ଲେଟ ପକାଯାଇଛି। ହେଲେ […]

rkl

rkl

Jyoshna Pradhan
  • Published: Tuesday, 24 September 2019
  • Updated: 24 September 2019, 02:12 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ସେତୁର ଏକ ସ୍ଲାବ୍‌ ଭାଙ୍ଗି ଯାଇଛି। ଯାହାଫଳରେ ୧୪୩ ନମ୍ୱର ଜାତୀୟ ରାଜପଥର  ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରାୟ ୩ କିଲୋମିଟର ଯାଏ ରାସ୍ତା ଜାମ୍‌ ରହିଛି। ତେଣୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ନିୟୋଜିତ ହୋଇଛନ୍ତି। ଏଥିସହ ଟ୍ରାଫିକ୍ ପୁଲିସ୍ ମଧ୍ୟ ନିୟୋଜିତ ରହି ଭିଡ଼ ନିୟନ୍ତ୍ରଣ କରୁଛନ୍ତି।

ତେବେ ଭାଙ୍ଗିଯାଇଥିବା ସ୍ଲାବ୍‌ ସ୍ଥାନରେ ଲୁହା ପ୍ଲେଟ ପକାଯାଇଛି। ହେଲେ ପ୍ଲେଟ ଉପର ଦେଇ ଲୋକେ ଯିବାକୁ ଭୟ କରୁଥିବାରୁ ଜାମ୍ ଲାଗି ରହିଛି।

୫ ବର୍ଷ ତଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ ଦ୍ୱିତୀୟ ବ୍ରହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ। ହେଲେ ଏପର୍ଯ୍ୟନ୍ତ କାମରେ ବିଶେଷ ଅଗ୍ରଗତି ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos