ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପାଲ୍ଲୀ ବାଇପାସର ଦୁଇଜଣ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ଏଯାଏଁ ଧରାପଡିନାହାନ୍ତି ଅଭିଯୁକ୍ତ। ମୃତକ ଦୁହିଁଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟଜଣଙ୍କର ପରିଚୟ ଜଣାପଡିନାହିଁ। ପରିଚୟ ମିଳିଥିବା ଯୁବକଙ୍କ ଘର ବିହାର। ତାଙ୍କ ନାମ ଲାଲୁ କୁମାର ଯାଦବ। ଗତକାଲି ୮ରୁ ୯ଜଣ ଲୋକ ଛତ୍ରପୁର ରେଳ ଷ୍ଟେସନରେ ଓହ୍ଲାଇ ୨ଟି ଅଟୋରେ ବ୍ରହ୍ମପୁର ଅଭିମୁଖେ ଆସିଥିଲେ। ବାଟରେ କିଛି ଦୁର୍ବୃତ୍ତ ଗୋଟିଏ ଅଟୋକୁ ଅଟକାଇ ଦୁଇଜଣ ଯୁବକଙ୍କୁ ଗୁଳି କରିଥିଲେ। ଏହାପରେ ଜଣେ ସ୍ଥାନୀୟ ଯୁବକଙ୍କୁ ପିସ୍ତଲ ଦେଖାଇ ତାଙ୍କ ମୋଟର ସାଇକେଲ ନେଇ ଫେରାର୍ ହୋଇଯାଇଥିଲେ। ଅନ୍ୟପକ୍ଷେ ମୃତକଙ୍କ ବ୍ୟତୀତ ଅଟୋରେ ଥିବା ଅନ୍ୟମାନେ ମଧ୍ୟ ଫେରାର୍ ହୋଇଯାଇଛନ୍ତି। ଲୁଟ ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଦୁଇ ଅଟୋଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।