ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ଦୁର୍ଭାଗ୍ୟଜନକ: ମହେଶ୍ୱର

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ବ୍ରହ୍ମ ପରିବର୍ତ୍ତନ ନୀତି ବିଳମ୍ୱ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନବକଳେବର ଉତ୍ତିଭୂମି କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି। ମହେଶ୍ୱର କହିଛନ୍ତି ଯେ, ଏଭଳି ଘଟଣା ଦୁର୍ଭାଗ୍ୟଜନକ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ଆଧାରରେ ପଦକ୍ଷେପ ନିଆଯିବ । ସେପଟେ ବ୍ରହ୍ମ ପରିବର୍ତ୍ତନ ନୀତି କାହିଁକି ବିଳମ୍ୱ ହେଲା, ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।