୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍‌ ୩୦୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ରାଉନସୁଗର ବେପାରୀଙ୍କ ଠାରୁ ୯ ଲକ୍ଷ ୪୪ ହଜାର ଟଙ୍କା ପୁଲିସ୍‌ ଜବତ କରିଛି। ୩ ଜଣଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଅଞ୍ଚଳର। ଏହି ଘଟଣାର କିଙ୍ଗପିନ୍ ହାଇଦର ଅଲ୍ଲୀ […]

baleswar

baleswar

Jyoshna Pradhan
  • Published: Sunday, 15 September 2019
  • Updated: 15 September 2019, 03:01 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍‌ ୩୦୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ବ୍ରାଉନସୁଗର ବେପାରୀଙ୍କ ଠାରୁ ୯ ଲକ୍ଷ ୪୪ ହଜାର ଟଙ୍କା ପୁଲିସ୍‌ ଜବତ କରିଛି। ୩ ଜଣଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଅଞ୍ଚଳର। ଏହି ଘଟଣାର କିଙ୍ଗପିନ୍ ହାଇଦର ଅଲ୍ଲୀ ବାଲେଶ୍ୱରର ହୋଇଥିବା ବାଲେଶ୍ୱର ଏସ୍‌ପି ବି.ଯୁଗଳ କିଶୋର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos