ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ସଅଁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ଏକ ଘରୋଇ ବସ୍ ରାସ୍ତା କଡ଼ରେ ଥିବା ବିଲକୁ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ‘ଗରୁଡ଼’ ନାମକ ବସ୍ଟି ଜଗତସିଂହପୁରରୁ ସାରଳା ମନ୍ଦିର ଅଭିମୁଖେ ଯାଉଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଏହି ସମୟରେ ବସ୍ର ଆଗ ଚକା ଫାଟି ଯିବାରୁ ଭାର଼ସାମ୍ୟ ହରାଇ ତାହା ବିଲକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲକ୍ଷାଧିକ ଟଙ୍କା ହଡ଼ପ; ଗରିବଙ୍କ ଝାଳ ବୁହା ଧନ ନେଇଗଲେ ପୋଷ୍ଟ ମାଷ୍ଟର!
ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି।
Accident
ବାଇକ୍କୁ ପଛରୁ ପିଟିଲା ଟ୍ରକ୍; ମା’ପୁଅ ମୃତ, ବାପା ଗୁରୁତର
ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର।
Crime
କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ
ଘଟଣା ଘଟିବାର ୬ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି କୋଡ଼ିଙ୍ଗା ତହସିଲଦାର।
Politics
ଦେଶର ରାଜଧାନୀରେ ହଙ୍ଗାମା; ରାଜ୍ୟ ରାଜଧାନୀରେ ଗର୍ଜନ
ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି।
Weather
ରବିବାର ସକାଳ ଯାଏଁ ବର୍ଷା; ଜାଣନ୍ତୁ, କେବେ କେଉଁଠି ହେବ
ଆଗାମୀ ୪ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। କିନ୍ତୁ ତା’ପରେ ୨ରୁ ୪ ଡିଗ୍ରୀ କମିବ।