ବିନା ଭକ୍ତରେ ହେଲା ଛତର ଯାତ୍ରା

କଳାହାଣ୍ଡି(ରାଜକୁମାର ସିଂଦେଓ):  କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର୍ ଯାତ୍ରା ସମ୍ପନ୍ନ ହୋଇଛି। କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ପାଳିତ ହୋଇଛି ଏହି ଯାତ୍ରା । ଭୋର ୪ଟା ୪୫ରୁ ରୀତିନୀତି ପରେ ଭବାନୀପାଟଣା ଉପକଣ୍ଠ ଜେନାଖାଲଠାରୁ ରାଜନଅରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା । ପାରଂପରିକ ବାଦ୍ୟ, ଘୁମୁରା ଓ ଢୋଲ୍ ନିଶାନ୍ ତାଳେ ତାଳେ ମା’ଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା । ତେବେ କରୋନା […]

chatar-1

chatar-1

Niharika Rout
  • Published: Saturday, 24 October 2020
  • Updated: 24 October 2020, 08:33 AM IST

Sports

Latest News

କଳାହାଣ୍ଡି(ରାଜକୁମାର ସିଂଦେଓ):  କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର୍ ଯାତ୍ରା ସମ୍ପନ୍ନ ହୋଇଛି। କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ପାଳିତ ହୋଇଛି ଏହି ଯାତ୍ରା ।

ଭୋର ୪ଟା ୪୫ରୁ ରୀତିନୀତି ପରେ ଭବାନୀପାଟଣା ଉପକଣ୍ଠ ଜେନାଖାଲଠାରୁ ରାଜନଅରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା । ପାରଂପରିକ ବାଦ୍ୟ, ଘୁମୁରା ଓ ଢୋଲ୍ ନିଶାନ୍ ତାଳେ ତାଳେ ମା’ଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା ।

ତେବେ କରୋନା କଟକଣା ଯୋଗୁଁ ଛତର ଯାତ୍ରାରେ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ମାଣିକେଶ୍ୱରୀଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି।  ଛତର ପ୍ରତ୍ୟାବର୍ତ୍ତନ ସମୟରେ ଭକ୍ତମାନେ ପାରା ଉଡ଼ାଇବା ସହ ମା’ଙ୍କ ଦର୍ଶନ କରିଥାନ୍ତି  । ଏଥିସହ ବୋଦା, କୁକୁଡ଼ା ଓ ପୋଢ଼ ବଳି ଦେଇଥାନ୍ତି । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ଏସବୁକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos