ନବୀନଙ୍କ ‘ପ୍ରଶାସନିକ ମଡେଲ୍‌’: ବିଶୃଙ୍ଖଳା ଜଳଜଳ, କୁହୁଳୁଛି ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୩ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରଶାସନିକ ମଡେଲ’କୁ ନେଇ ପ୍ରଶ୍ନ ଉଠିଛି? ସୁରେଶଙ୍କ କାର୍ଯ୍ୟକାଳ ଦ୍ୱିତୀୟଥର ପାଇଁ ୬ମାସ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମୋଦନର ୨୪ ଘଂଟା ନପୁରୁଣୁ ରାଜ୍ୟ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । […]

suresh mohapatra

suresh mohapatra

Ordigital Desk
  • Published: Wednesday, 24 August 2022
  • Updated: 24 August 2022, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୩ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରଶାସନିକ ମଡେଲ’କୁ ନେଇ ପ୍ରଶ୍ନ ଉଠିଛି? ସୁରେଶଙ୍କ କାର୍ଯ୍ୟକାଳ ଦ୍ୱିତୀୟଥର ପାଇଁ ୬ମାସ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମୋଦନର ୨୪ ଘଂଟା ନପୁରୁଣୁ ରାଜ୍ୟ ସରକାର ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ସୁରେଶଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି ଯୋଗୁ ରାଜ୍ୟ ପ୍ରଶାସନିକସ୍ତରରେ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସତର୍କ କରାଇଥିବାବେଳେ ପ୍ରଶାସନିକ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଥିବା ଚର୍ଚ୍ଚା।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୨୩ତାରିଖରେ ଭାରତ ସରକାରଙ୍କ ଅନୁମୋଦନ ପରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୨ ସେପ୍ଟେମ୍ବର ୧ରୁ ୨୦୨୩ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଜାନୁୟାରୀରେ ମୁଖ୍ୟ ସଚିବ ଦାୟିତ୍ୱ ସମ୍ଭାଳିଥିବା ଶ୍ରୀ ମହାପାତ୍ର ୨୦୨୨ ଫେବୃୟାରୀ ୨୮ରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ରାଜ୍ୟ ସରକାର ପ୍ରଥମ ଦଫାରେ ୬ମାସ(ଅଗଷ୍ଟ ୩୧ତାରିଖ) ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ ଓ ଏବେ ପୁଣି ଦ୍ୱିତୀୟ ଦଫାରେ ଆଉ ୬ମାସ ବୃଦ୍ଧି କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ମୁଖ୍ୟ ସଚିବ ପଦବୀ ନିମନ୍ତେ ବହୁ ଯୋଗ୍ୟ ଅଫିସର ଥିବା ସତ୍ତ୍ୱେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳକୁ କାହିଁକି ବାରମ୍ବାର ବୃଦ୍ଧି କରାଯାଉଛି । ଏଭଳି ପ୍ରଶାସନିକ ଆବଶ୍ୟକତା ବା ବାଧ୍ୟବାଧକତା କିଛି ଅଛି ନା ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରଶାସନିକ ଶୃଙ୍ଖଳାକୁ ଫୁ’ କରି ଏଭଳି ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟ ସଚିବ ଅବସର ନେଲେ ତାଙ୍କ ସ୍ଥାନରେ ବରିଷ୍ଠତା ଭିତ୍ତିରେ ଅଫିସରଙ୍କୁ ନିଯୁକ୍ତି ଦେବାର ପରମ୍ପରା ରହିଆସିଛି । ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାପରେ ବରିଷ୍ଠତା ଭିତ୍ତିରେ ଅଫିସରମାନେ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ‘ଫାଇଭ-ଟି’ ଭଳି ବୈଧାନିକ ମାନ୍ୟତା ନଥିବା ବିଭାଗ ଖୋଲାଯାଇ ରାଜ୍ୟରେ ପ୍ରଶାସନିକ ଶୃଙ୍ଖଳାକୁ କ୍ରମାଗତ ଭାବେ ଦୁର୍ବଳ କରାଯାଉଥିବା ପ୍ରଶାସନିକ ମହଲରୁ ଜଣାପଡ଼ିଛି ।

ସୂତ୍ର ଅନୁସାରେ, ‘ଫାଇଭ-ଟି ସଚିବ’ ପଦବୀ ଏବେ ରାଜ୍ୟରେ ଅଲିଖିତ ଭାବେ ‘ମୁଖ୍ୟ ସଚିବ’ ପଦବୀଠୁ ବି ପାୱାରଫୁଲ ଭଳି କାର୍ଯ୍ୟ କରୁଛି । ଯାହାର ପ୍ରତିକୂଳ ପ୍ରଭାବ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରୁଛି । ଏହା ସହିତ ରାଜ୍ୟରେ ଆଇଏଏସ୍ କ୍ୟାଡ଼ରର ମ୍ୟାନେଜମେଂଟ ଉପରେ ଦୂରଗାମୀ ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ରାଜ୍ୟରେ ପ୍ରଶାସନିକ ବିଶୃଙ୍ଖଳା ଓ ଅସନ୍ତୋଷ କୁହୁଳିବାରେ ଲାଗିଛି । ମାତ୍ର କାର୍ଯ୍ୟାନୁଷ୍ଠାନର ଶିକାର ହେବା ଭୟରେ ସମସ୍ତେ ନିରବ ରହିବାକୁ ବାଧ୍ୟ ହୋଇଛନ୍ତି । ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଓ ବିକେ ଶର୍ମା, ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ସମେତ କିଛି ବରିଷ୍ଠ ଅଫିସର ଏଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବାର ନଜିର ରହିଛି ।

ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାର ଯାହାକୁ ଚାହିଁବେ ତାଙ୍କର କାର୍ଯ୍ୟକାଳ ବଢ଼ାଇପାରିବେ। କିନ୍ତୁ ଏହି ନିଷ୍ପତ୍ତିର ପ୍ରଭାବ ବ୍ୟୁରୋକ୍ରାସି ଉପରେ କ’ଣ ପଡ଼ୁଛି ତାକୁ ସରକାର ମଧ୍ୟ ଅନୁଧ୍ୟାନ କରିବା ଉଚିତ୍ । ସରକାରଙ୍କ ନିଷ୍ପତ୍ତି ବ୍ୟୁରୋକ୍ରାସିକୁ ଅଧିକ ସଶକ୍ତ କରୁଛି ନା ଦୁର୍ବଳ କରୁଛି, ଅଫିସରଙ୍କ ମନୋବଳକୁ ହତୋତ୍ସାହିତ କରୁଛି କି ନାହିଁ ତାହା ଦେଖିବା କଥା । ସେହିପରି ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଶାସନ ପାଇଁ ଭଲ ଲକ୍ଷଣ ନୁହେଁ । ଶାସନରେ ଶୃଙ୍ଖଳା ରହିବା ଜରୁରୀ । ପ୍ରଶାସନ ‘ଲାଇନ୍ ଅଫ କମାଣ୍ଡ’ରେ କାମ କରିଥାଏ । ଯେଉଁମାନେ ମୁଖ୍ୟ ସଚିବ ପାଇଁ ଯୋଗ୍ୟ ସେହି ଅଫିସରମାନେ ଏହାଦ୍ୱାରା ହତୋତ୍ସାହିତ ହେବେ ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ସ୍ପୃହା ରହିବ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଛନ୍ତି ଯେ, ବାରମ୍ବାର ଅବଧି ବୃଦ୍ଧି ଏକ କଦର୍ଯ୍ୟ ଓ ଅସୁସ୍ଥ ପରମ୍ପରା । ଏଭଳି ନିଷ୍ପତ୍ତି ମାଧ୍ୟମରେ ଓଡ଼ିଶାବାସୀ ଓ ପ୍ରଶାସନିକ ଅଫିସରଙ୍କୁ ସ୍ପଷ୍ଟ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି । ଗୋଡ଼ାଣିଆ, ତୋଷାମଦକାରୀ ହେଲେ ହିଁ ପୁରସ୍କାର ମିଳିବ । ରାଜ୍ୟରେ ଯୋଗ୍ୟ ଅଫିସର ଅଛନ୍ତି ସେମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । ତା’ ନକରି ‘ମୁଖ୍ୟ ସଚିବ’ ପଦବୀକୁ ମେରୁଦଣ୍ଡବିହୀନ କରିବାକୁ ଯେଉଁ ପ୍ରୟାସ ହେଉଛି ତାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ସବୁ ବିଭାଗ ଉପରେ ହାକିମାତି ପାଇଁ ଫାଇଭ-ଟି ବ୍ୟବସ୍ଥା, ଏକାଧିକ ଅଣଓଡ଼ିଆ ଅଫିସରଙ୍କ ପାଖରେ ବହୁ ବିଭାଗକୁ ଠୁଳ କରିବା ଓ ମନଇଚ୍ଛା ନିଷ୍ପତ୍ତି ହିଁ ରାଜ୍ୟରେ ପ୍ରଶାସନିକ ବିଶୃଙ୍ଖଳା ସୃଷ୍ଟି କରାଉଛି । ଏସବୁ ପ୍ରତି ସରକାର ସଚେତନ ରହିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ମୁଖ୍ୟ ସଚିବ ପଦବୀ ନିମନ୍ତେ ବରିଷ୍ଠତା ଭିତ୍ତିରେ ଜିଭିଭି ଶର୍ମା, ତୁହିନକାନ୍ତ ପାଣ୍ଡେ, ନିକୁଞ୍ଜ କିଶୋର ସୁନ୍ଦରାୟ, ଆରକେ ଶର୍ମା, ରାଜେଶ ବର୍ମା, ସିଜେ ବେଣୁଗୋପାଳ, ପ୍ରଦୀପ୍ତ କୁମାର ମହାପାତ୍ର ଓ ପ୍ରଦୀପ ଜେନା ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜିଭିଭି ଶର୍ମା ଚଳିତବର୍ଷ ଅକ୍ଟୋବରରେ, ନିକୁଞ୍ଜ ସୁନ୍ଦରାୟ ୨୦୨୩ ମାର୍ଚ୍ଚ ଓ ଆରକେ ଶର୍ମା ୨୦୨୩ ଅଗଷ୍ଟରେ ଅବସର ନେବାର ଥିବାବେଳେ ମୁଖ୍ୟ ସଚିବ ପଦବୀ ନିମନ୍ତେ ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା, ପ୍ରଦୀପ୍ତ କୁମାର ମହାପାତ୍ର ଓ ପ୍ରଦୀପ ଜେନାଙ୍କ ନାଁ ଚର୍ଚ୍ଚାରେ ଥିଲା । ରାଜେଶ ବର୍ମା ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇସାରିଥିବାବେଳେ ତୁହିନକାନ୍ତ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ସପକ୍ଷରେ ନାହାନ୍ତି । ପ୍ରଦୀପ୍ତ ମହାପାତ୍ରଙ୍କୁ ତୃତୀୟ ମହଲା ପୂର୍ବରୁ କୋଣଠେସା କରିସାରିଥିବାରୁ ବରିଷ୍ଠତା ଭିତ୍ତିରେ ଉନ୍ନୟନ କମିଶନର ପ୍ରଦୀପ ଜେନା ହିଁ ଏହି ମୁଖ୍ୟ ସଚିବ ନିମନ୍ତେ ମୁଖ୍ୟ ଦାବିଦାର ଥିଲେ । ଶ୍ରୀ ଜେନା ୨୦୨୪ ଜାନୁୟାରୀରେ ଚାକିରିରୁ ଅବସର ନେବେ । ଶ୍ରୀ ଜେନା ନିଜର ପ୍ରୋ-ପିପୁଲ୍ସ ଆଭିମୁଖ୍ୟ ଓ ରୋକଠୋକ୍ ସ୍ୱଭାବ ପାଇଁ ବେଶ୍ ପରିଚିତ । କିନ୍ତୁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ନଦେଇ ପୁଣିଥରେ ସୁରେଶଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଯାହାକୁ ନେଇ ପ୍ରଶାସନିକ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story